ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

Published By : Prameya-News7 Bureau | August 05, 2021 IST

ନୂଆଦିଲ୍ଲୀ ୦୫।୦୮ :  ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି ।

ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା ।

ଜର୍ମାନୀ ତରଫରୁ ପ୍ରଥମ ମିନିଟରେ ଟିମୁର ଓରଜୁ ଗୋଲ୍ କରିଥିଲେ । ଫଳରେ ଦଳ ୧-୦ରେ ଭାରତ ଉପରେ ଭାରି ପଡିଥିଲା । ଏହାପରେ ଭାରତ ଭଲ କାଉଣ୍ଟର କରିଥିଲା । ହେଲେ ପେନାଲ୍ଟି କର୍ଣ୍ଣର ପାଇ ସୁଦ୍ଧା ରୁପିନ୍ଦର ପାଲ ସିଂ ଗୋଲ୍ କରିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା । ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା ।ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା ।

ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲେ ବି ଭାରତ ୫-୪ରେ ଆଗୁଆ ରହି ମ୍ୟାଚ୍ ଜିତିନେଇଥିଲା । ମ୍ୟାଚ୍ ଜିତିବା ପରେ ଭାରତକୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.