Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଲିଡସରେ ଭାରତର ଦମଦାର ବିଜୟ, ଶେଷ ଲିଗରେ ଶ୍ରୀଲଙ୍କାକୁ ହରାଇ ବାଜିମାତ୍ କଲା ଟିମ୍ ଇଣ୍ଡିଆ

6/07/2019 at 10:35 PM

ଲିଡସ୍: ଆଇସିସି ବିଶ୍ୱକପ୍ ୨୦୧୯ରେ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡର ଲିଡସ୍ ରେ ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚ୍ ରେ ଶ୍ରୀଲଙ୍କାକୁ  ପରାସ୍ତ କରିଛି । ଏହି ବିଜୟରେ ୧୫ ପଏଣ୍ଟ ପାଇ ଭାରତ ପଏଣ୍ଟ ଟେବୁଲର ଶିର୍ଷରେ ପହଞ୍ଚିଛି। ଶନିବାର ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏଞ୍ଜେଲୋ ମାଥ୍ୟୁସ୍ ଙ୍କ ଦମଦାର ୧୧୩ ରନ ଓ ଥିରିମାନେଙ୍କ ୫୩ ରନ ବଳରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ କରିଥିଲା ୨୬୪ ରନ୍। ଏହାର ଜବାବରେ ଟିମ୍ ଇଣ୍ଡିଆ ୨୬୫ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ୪୩.୩ ଓଭରରେ ୩ ୱିକେଟ୍ ବିନିମୟରେ ଏହି ଲକ୍ଷ ହାସଲ କରିନେଇଛି। ରୋହିତ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ରୋହିତ ଶର୍ମାଙ୍କ ଚିତାକର୍ଷକ ୧୦୩ , କେଏଲ  ରାହୁଲଙ୍କ ୧୧୧ ଓ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କ ଅପରାଜେୟ ୩୪ ରନ ବଳରେ ଟିମ୍ ଇଣ୍ଡିଆ ଏହି ବିଜୟ ହାସଲ କରିଛି। ଏହା ସହ ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆର ପଏଣ୍ଟ ୧୫ରେ ପହଞ୍ଚି ଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଓପ୍ନିଂ ଯୋଡି କରୁଣାରତ୍ନେ ଓ ପେରେରା ଯଥାକ୍ରମେ ୧୦ ଓ ୧୮ ରନ କରି ବୁମରାହଙ୍କ ବଲରେ ଧୋନୀଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ। ପରେ ଆସିଥିବା ଫେର୍ଣ୍ଣାଣ୍ଡୋ ୨୦ ରନ କରିଥିବା ବେଳେ  ପାଣ୍ଡ୍ୟାଙ୍କ ବଲରେ ଧୋନୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନ କୁ ଫେରିଥିଲେ।  ତେବେ ମାଥ୍ୟୁସ ଓ ଥିରିମାନେ ଟିମର ପରିସ୍ଥିତିରେ ସୁଧାର ଆଣିଥିଲେ।  ଡିସିଲଭା ୨୯ ରନ କରି କ୍ରିଜରେ ଥିବା ବେଳେ ନିର୍ଦ୍ଧାରିତ ୫୦ ଓଭର ଶେଷ ହୋଇଥିଲା। ୨୬୪ ରନରେ ଅଟକି ଯାଇଥିଲା ଶ୍ରୀଲଙ୍କା।

ଏହାର ଜବାବରେ ଭାରତର ୨ ଓପ୍ନର ଯୋଡି କେ.ଏଲ. ରାହୁଲ ଓ ରୋହିତ ଶର୍ମା ପ୍ରଥମରୁ ଶତକ ମୁଡରେ ରହିବା ବେଳେ ରୋହିତ ତାଙ୍କ ୱାର୍ଲଡ କପ୍ ର ୫ମ ଶତକ ହାସଲ କରିଥିଲେ। ୧୦୩ ରନ କରି ଖେଳୁଥିବା ବେଳେ ରୋହିତ ରଜିଥାଙ୍କ ବଲରେ ମାଥ୍ୟୁସଙ୍କ କ୍ୟାଚ୍ ହୋଇଥିଲେ। ସେତେବେଳେ ରାହୁଲଙ୍କ ବ୍ୟକ୍ତିଗତ ସ୍କୋର ୬୬ରେ ପହଞ୍ଚିଥିଲା। ତେବେ କ୍ୟାପ୍ଟେନ ବିରାଟଙ୍କ ସହଯୋଗରେ ରାହୁଲ ବିଶ୍ୱକପ୍ ରେ ଶନିବାର ତାଙ୍କର  ପ୍ରଥମ ଶତକୀୟ ଇନିଂସ ଖେଳି ୧୧୧ ରନ କରିଛନ୍ତି। ଭାରତର ବୁମରାହଙ୍କୁ ଶନିବାର ୩ଟି ୱିକେଟ୍ ମିଳିଥିବା ବେଳେ ପାଣ୍ଡ୍ୟାଙ୍କୁ -୨,ଜାଡେଜାଙ୍କୁ ଗୋଟିଏ ଓ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି। ସେହିପରି ଶ୍ରୀଲଙ୍କାର ରଜିଥାଙ୍କୁ ଗୋଟିଏ, ମଲିଙ୍ଗାଙ୍କୁ ଗୋଟିଏ ଓ ଉଡାନାଙ୍କୁ ଗୋଟିଏ ୱିକେଟ୍ ମିଳିଛି।

   Related Posts