ବିଶାଖାପାଟଣା ଦିନିକିଆରେ ଭାରତର ଦମ୍‌ଦାର ବିଜୟ, ୨୮୦ରନରେ ୱେଷ୍ଟଇଣ୍ଡିଜ୍ all out

Published By : Prameya-News7 Bureau | December 18, 2019 IST

ବିଶାଖାପାଟଣା ୧୮।୧୨ :  ଟିମ୍ ଇଣ୍ଡିଆର ବିଶାଳ ସ୍କୋରକୁ ପିଛା କରି ୨୮୦ ରନରେ ଆଣ୍ଠେଇ ପଡିଛି ୱେଷ୍ଟଇଣ୍ଡିଜ୍। ବିଶାଖାପାଟଣାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ୱେଷ୍ଟଇଣ୍ଡିଜ୍ କ୍ୟାପ୍ଟେନ୍ କାୟରନ୍ ପୋଲାର୍ଡ। ତେବେ ରୋହିତ ଶର୍ମା ଓ କେ.ଏଲ. ରାହୁଲଙ୍କ ଯଥାକ୍ରମେ ୧୫୯ ଓ ୧୦୨ରନ୍ ବଳରେ ଭାରତ ଛିଡା କରିଥିବା ୩୮୭ ରନର ବିଶାଳ ସ୍କୋର ପାଖକୁ ବି ପହଞ୍ଚିପାରିନାହାନ୍ତି।  ଏଥିରେ ଟିମ୍ ଇଣ୍ଡିଆ ବୋଲୋର କୂଲଦୀପ ଯାଦବ ୱେଷ୍ଟଇଣ୍ଡିଜ୍ ଲାଗି ଘାତକ ସାବ୍ୟସ୍ତ ହୋଇଛନ୍ତି। ଲାଗଲାଗ୍ ୩ଟି ୱିକେଟ୍ ନେଇ କୂଲଦୀପ ଲଗାତାର ଦ୍ୱିତୀୟ ହ୍ୟାଟ୍ରିକ୍ ହାସଲ କରିଛନ୍ତି।

{"id":199495,"width":581,"height":388,"sizeSlug":"large"}

ମ୍ୟାଚ୍‌ର ୩୩ତମ ଓଭରରେ କୂଲଦୀପ ଲାଗଲାଗ ସେ ହୋପ୍, ଜେସନ ହୋଲ୍ଡର ଓ ଅଲଜାରୀ ଜୋସେଫଙ୍କ ୱିକେଟ୍ ନେଇ ଟିମ୍‌କୁ ସଙ୍କଟରେ ପକାଇଦେଇଥିଲେ। ଇଭିନ ଲୁଇସ୍ ଓ ସାଇହୋପ ଜୋଡି ୬୧ ରନ କରି କ୍ରିଜ୍‌ରେ ଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କ ବଲ୍‌ରେ  ଲୁଇସ୍  ଆୟରଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ। ତାଙ୍କ ସ୍ଥାନରେ ଶିମରନ ହେଟମେୟର ଆସିଥିଲେ ହେଁ  ଚେନ୍ନାଇ ଭଳି ହୋପ୍‌ଙ୍କୁ ସାଥ ଦେଇପାରିନଥିଲେ। ମାତ୍ର ୨ ରନ କରି ଜାଡେଜାଙ୍କ ବଲରେ ଆୟରଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ। ୧୫ ଓଭର ଶେଷରେ ଟିମ୍ ୮୬ ରନ୍‌ରେ ପହଞ୍ଚିଥିବା ବେଳେ ତୃତୀୟ ୱିକେଟ୍‌ର ପତନ ହୋଇଥିଲା।

{"id":199498,"width":580,"height":326,"sizeSlug":"large"}

ତେବେ ହୋପ୍ ହିଁ ଟିମ୍ ଲାଗି ଆଶା ଭରସା ପାଲଟିଥିବା ବେଳେ ମହମ୍ମଦ ଶାମୀ ପୋରାନ ଓ ପୋଲାର୍ଡଙ୍କ ୱିକେଟ୍ ନେଇ ଟିମ୍‌ର ମଜଭୁତି ଭାଙ୍ଗିଦେଇଥିଲେ। ତେବେ ହୋପ୍ ଶତକ ଆଡକୁ ମୁହାଁଇଥିବା ବେଳେ କୂଲଦୀପଙ୍କ ବଲ ତାଙ୍କ ଲାଗି ଘାତକ ହୋଇଥିଲା। ୭୮ ରନରେ ବାଉଣ୍ଡରୀକୁ ଛକା ଲଗଉଥିବା ବେଳେ ହୋପ୍  ବିରାଟ କୋହଲୀଙ୍କ ହାତରେ ଧରାପଡି ଆଉଟ୍ ହୋଇଥିଲେ। ତେବେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ କୂଲଦୀପ। ହୋଲ୍ଡର ଓ ଜୋସେଫଙ୍କୁ ମଧ୍ୟ ଧାଡି କରି ପ୍ୟାଭଲିୟନ କୁ ପଠାଇଦେଇଥିଲେ। କୂଲଦୀପ ୩ଟି ୱିକେଟ୍ ପାଇଥିବା ବେଳେ ମହମ୍ମଦ ଶମି-୪, ଜାଡେଜା-୨ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ୱିକେଟ୍ ପାଇଛନ୍ତି।  

{"id":199499,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.