Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିରିଜ ଜିତିଲା ଭାରତ, ଚହରଙ୍କ ହାଟ୍ରିକ୍

10/11/2019 at 10:42 PM

ନାଗପୁର: ଭାରତ ବନାମ ବାଂଲାଦେଶ ୩ ଟିକିଆ ଟି-୨୦ ସିରିଜ ଜିତିଛି ଭାରତ। ନାଗପୁରରେ ରବିବାର ଖେଳାଯାଇଥିବା ଶେଷ ମ୍ୟାଚ୍ ରେ ମହମ୍ମଦ ନଈମଙ୍କ ଦମଦାର ୮୧ ରନ ବଳରେ ବାଂଲାଦେଶ ବିଜୟ ଆଶା ବାନ୍ଧିଥିଲା। ତେବେ ଦୀପକ ଚହରଙ୍କ ବୋଲିଂ କ୍ୟାପ୍ଟେନ ମହମଦୁଲ୍ଲାହଙ୍କ ସ୍ୱପ୍ନ ଧୂଳିସାତ କରିଛି। ଟସ୍ ହାରି ଭାରତ ପ୍ରଥମ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୭୪ ରନ। ୧୭୫ ରନର ବିଜୟ ଲକ୍ଷ ନେଇ ବାଂଲାଦେଶ ଟିମ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ୧୯ ଓଭର ୨ଟି ବଲରେ ୧୪୪ ରନ କରି ଅଲ ଆଉଟ୍ ହୋଇଯାଇଛି।

ଭାରତର ଓପ୍ନିଂ ଏତେଟା ଉଲ୍ଲେଖନୀୟ ନଥିଲା। କ୍ୟାପ୍ଟେନ ରୋହିତ ଶର୍ମା ୨ ରନ କରି ଦ୍ୱିତୀୟ ଓଭରରେ ବୋଲ୍ଡ ହୋଇଥିଲେ। ଶିଖର ଧାୱନ ଓ କେ.ଏଲ ରାହୁଲଙ୍କ ଯୋଡି ଦଳର ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ରାହୁଲ  ୫୨ ଓ ଧାୱନ ୧୯ କରି ଆଉଟ୍ ହୋଇଥିଲେ ହେଁ  ଆୟରଙ୍କ ୬୨ ଓ ପାଣ୍ଡେଙ୍କ ୨୨ ରନର ଯୋଗଦାନ ଟିମର ସ୍କୋରକୁ ଢେର ଆଗକୁ ନେଇଯାଇଥିଲା। ପାଣ୍ଡେ ୨୨ ଓ ଦୁବେ ୯ ରନ କରି ଖେଳୁଥିବା ବେଳେ ଓଭର ଶେଷ ହୋଇଯାଇଥିଲା। ତେବେ ବାଂଲଦେଶୀ ବୋଲର ସୈଫଉୱ ଇସ୍ଲାମ ଓ ସୌମ୍ୟ ସରକାରଙ୍କୁ ୨ଟି ଲେଖାଏଁ  ୱିକେଟ ମିଳିଥିବା ବେଳେ ହୋସେନ ଗୋଟିଏ ୱିକେଟ୍ ପାଇଥିଲେ।

ତେବେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିବା ବେଳେ ପ୍ରଥମ ଝଟକା ଦେଇଥିଲେ ଚହର। ଲିଟନ ଦାସ ୮ଟି ବଲରୁ ୯ ରନ କରି ଖେଳୁଥିବା ବେଳେ ଚହରଙ୍କ ବଲରେ ୱାସିଂଟନ ସୁନ୍ଦରଙ୍କ ହାତରେ ଧରାପଡି ପ୍ୟାଭଲିୟନକୁ ଫେରିଥିଲେ। ତେବେ ଟିମର ମଙ୍ଗ ସମ୍ଭାଳିଥିଲେ ମହମ୍ମଦ ନଇମ। ୪୮ ବଲରୁ ନଇମ ୮୧ ରନ ସଂଗ୍ରହ କରି ଖେଳୁଥିବା ବେଳେ  ଦୁବେଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଫଳରେ ବିଜୟ ଆଡକୁ ଦ୍ରୁତ ମୁହାଇଁଥିବା ବାଂଲାଦେଶ ଆଣ୍ଠେଇ ପଡିଥିଲା। ପଛକୁ ପଛ ଚହର ଗୋଟିଏ ପରେ ଗୋଟିଏ କରି ୬ଟି ୱିକେଟ୍ ନେଇଥିବା ବେଳେ ଓଭର ଶେଷ ବେଳକୁ ଲାଗଲାଗ ୩ଟି ୱିକେଟ୍ ନେଇ ବାଂଲାଦେଶର ବିଜୟ ଆଶା ପାଣି କରିଦେଇଥିଲେ। ମ୍ୟାଚ୍ ରେ ଚହର ମୋଟ ୬ଟି ୱିକେଟ ହାସଲ କରିଥିବା ବେଳେ ଦୁବେ ୩ ଓ ଚହଲ ପାଇଛନ୍ତି ଗୋଟିଏ ୱିକେଟ୍।

   Related Posts