ନାରଙ୍ଗୀ ଜର୍ସି ପିନ୍ଧି ଖେଳିଥିବା ମ୍ୟାଚ ହାରିଯାଇଥିଲା ଭାରତ : ପୁଣିଥରେ ସେମିଫାଇନାଲରେ ନାରଙ୍ଗୀ ଜର୍ସି ପିନ୍ଧି ଖେଳିବ ଟିମ ଇଣ୍ଡିଆ !

Published By : Prameya-News7 Bureau | July 05, 2019 IST

ଚଳିତ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବାବେଳେ ଟିମ ଇଣ୍ଡିଆ ନାରଙ୍ଗୀ ରଙ୍ଗର ଜର୍ସି ପିନ୍ଧିଥିଲା । ଦୁର୍ଭାଗ୍ୟବଶତଃ ଏହି ମ୍ୟାଚ ଭାରତ ହାରିଯାଇଥିଲା । ବିଶ୍ୱକପରେ ଖେଳିଥିବା ସମସ୍ତ ମ୍ୟାଚ ଭାରତ ଜିତିଥିଲେ ମଧ୍ୟ ଏହି ଗୋଟିଏ ମ୍ୟାଚ ହାରିଯାଇଥିଲା । ଯେଉଁଥିପାଇଁ ଏହି ଜର୍ସିକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।

{"id":130852}

ନୂଆ ଜର୍ସି ପିନ୍ଧିବା ପଛରେ ଆଇସିସିର ନୂଆ ନିୟମ ଥିଲା । ଯେଉଁଥିପାଇଁ କେବଳ ଭାରତ ନୁହଁ ବରଂ ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ମଧ୍ୟ ନିଜ ଜର୍ସି କିଛି ମ୍ୟାଚରେ ବଦଳାଇଥିଲେ । ଅଲଗା ଅଲଗା ମ୍ୟାଚରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ନାଲି, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ହଳଦିଆ ଜର୍ସି ପିନ୍ଧିଥିଲେ । କ୍ୱିନରୁ ଅନ୍ୟ ମ୍ୟାଚମାନଙ୍କରେ ଏହି ଟିମ ଅଲଗା ଜର୍ସି ପିନ୍ଧିଥାନ୍ତି । 

{"id":130853}

ବିଶ୍ୱକପରେ ଟିମ ଇଣ୍ଡିଆ ପୁଣିଥରେ ନାରଙ୍ଗୀ ଜର୍ସି ପିନ୍ଧି ଖେଳିପାରେ । ସେମିଫାଇନାଲରେ ଯଦି ଭାରତ ଇଂଲଣ୍ଡ ସହ ଖେଳେ ତାହେଲେ ପୁଣିଥରେ ନାରଙ୍ଗୀ ଜର୍ସି ପିନ୍ଧି ଖେଳିବ ।

{"id":130854}

ଆଇସିସିର ନୂଆ ନିୟମ ଅନୁଯାୟୀ, ବିଶ୍ୱକପରେ କୌଣସି ଦୁଇଟି ଟିମ ମ୍ୟାଚ ବେଳେ ସମାନ ରଙ୍ଗର ଜର୍ସି ପିନ୍ଧି ଖେଳି ପରିବେନାହିଁ ଯ ଯେକୌଣସି ଗୋଟିଏ ଟିମକୁ ନିଜର ଜର୍ସି ବଦଳାଇବାକୁ ପଡିବ । କିନ୍ତୁ ଏହି ନିୟମ ଇଂଲଣ୍ଡ ଟିମ ଉପରେ ଲାଗୁ ହେବନାହିଁ । ଇଂଲଣ୍ଡ ଟିମ ନିଜର ପୁରୁଣା ଜର୍ସି ପିନ୍ଧି ହିଁ ଖେଳିବେ । ଉଭୟ ଇଂଲଣ୍ଡ ଓ ଭାରତର ଜର୍ସି ନୀଳ ରଙ୍ଗର ହୋଇଥିବାରୁ ଟିମ ଇଣ୍ଡିଆକୁ ନାରଙ୍ଗୀ ଜର୍ସି ପିନ୍ଧି ଖେଳିବାକୁ ପଡୁଛି ।

{"id":130856}

ସେମିଫାଇନାଲ ଅଙ୍କ ତାଲିକାରେ ଅଷ୍ଟ୍ରେଲିଆ ଟିମ ପ୍ରଥମରେ ରହିଛି । ଭାରତ ଦ୍ୱିତୀୟ ଏବଂ ଇଂଲଣ୍ଡ ତୃତୀୟ ସ୍ଥାନରେ ଅଛି । ଚତୁର୍ଥ ସ୍ଥାନ ପାଇଁ ପାକିସ୍ତାନ ବାଂଲାଦେଶ ମଧ୍ୟରୁ କୌଣସି ଟିମ ଉତୀର୍ଣ୍ଣ ନହେଲେ ନ୍ୟୁଜିଲାଣ୍ଡ ସେମିଫାଇନାଲକୁ ଯିବ ।

{"id":130857}

ଆଇସିସି ନିୟମ ଅନୁଯାୟୀ, ସେମିଫାଇନାଲରେ ପ୍ରଥମ ସ୍ଥାନରେ ଥିବା ଟିମ ଚତୁର୍ଥ ସ୍ଥାନରେ ଥିବା ଟିମ ସହ ଖେଳିବ । ଦ୍ୱିତୀୟ ସ୍ଥାନରେ ଥିବା ଟିମ ତୃତୀୟ ସ୍ଥାନରେ ଥିବା ଟିମ ସହ ଖେଳିବ । ଏଭଳି ସ୍ଥିତିରେ ଯଦି ଅଷ୍ଟ୍ରେଲିଆ ତାରା ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରେ ତାହେଲେ ସେମିଫାଇନାଲରେ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳିବ । ଏଭଳି ସ୍ଥିତିରେ ଟିମ ଇଣ୍ଡିଆକୁ ପୁଣିଥରେ ନାରଙ୍ଗୀ ଜର୍ସି ପିନ୍ଧି ଖେଳିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.