Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୧୮ରେ ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ, ଆରମ୍ଭ କରିବ ପ୍ରାକ୍ଟିସ୍

15/05/2020 at 5:29 PM

ନୂଆଦିଲ୍ଲୀ, ୧୫|୦୫ :  କରୋନା ଭାଇରସ ପାଇଁ ପ୍ରାୟ ୨ ମାସ ଧରି ଘରେ ବନ୍ଦୀ ହୋଇରହିଥିବା ଭାରତୀୟ ଖେଳାଳିମାନେ ଅତିଶୀଘ୍ର ଷ୍ଟାଡିୟମରେ ପ୍ରାକ୍ଟିସ୍ ଆରମ୍ଭ କରିବାକୁ ଯାଉଛନ୍ତି । ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୧୮ ତାରିଖରୁ ଖେଳାଳିମାନେ ପଡିଆରେ ଅଭ୍ୟାସ ଆରମ୍ଭ କରିବେ ।

ସେ କହିଛନ୍ତି, ଏହି କଠିନ ପରିସ୍ଥିତିରେ ଖେଳାଳିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବାରେ ଅସୁବିଧା ହେଉଛି । ତେବେ ୧୮ ତାରିଖ ପରେ ଲକଡାଉନ କୋହଳ ହେବା ପରେ ପ୍ରାକ୍ଟିସ୍ ଆରମ୍ଭ ହେବ । ସେମାନେ ଘର ପାଖରେ ଥିବା ପଡିଆରେ ପ୍ରାକ୍ସିସ କରିପାରିବେ । ଏହି ବକଳ୍ପ ବାବଦରେ ମଧ୍ୟ ଚିନ୍ତା କରାଯାଉଛି । ଏନେଇ ବିସିସିଆଇ ସରକାରଙ୍କ ସହ ମଧ୍ୟ ଯୋଗାଯୋଗ କରୁଛି ।

ଅରୁଣ ଧୂମଲ କହିଛନ୍ତି ଯେ, ଖେଳାଳିଙ୍କ ପାଇଁ ଲକଡାଉନ୍ ପରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ । ଏବେ ଖେଳାଳିଙ୍କୁ ଆପ୍ ଜରିଆରେ ଟ୍ରେନିଂ ଦିଆଯାଉଛି । ଖେଳାଳିଙ୍କ ପାଇଁ ଫିଟନେଶ୍ ଡ୍ରିଲ୍ ପ୍ରସ୍ତୁତ କରାଯାଇଛି । ଏହି ଆପରେ ଖେଳାଳିଙ୍କ ସମସ୍ତ ରେକର୍ଡ ରହୁଛି । ତେବେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନସୁଧୁରିବା ଯାଏଁ କୌଣସି କ୍ୟାମ୍ପ ଲଗାଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

   Related Posts