IND vs ENG: ଏହି ୬ ଖେଳାଳିଙ୍କୁ ଦଳରେ ମିଳିବନି ସୁଯୋଗ ! ଏମିତି ରହିପାରେ ଭାରତୀୟ ଦଳର ପ୍ଲେଇଙ୍ଗ୍ ଇଲେଭେନ୍

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡକୁ ସହଜରେ ହରାଇଥିବା ଭାରତୀୟ ଦଳ ପାଇଁ ଟି-୨୦ ଫର୍ମାଟ୍‌ରେ ଭ୍ରମଣକାରୀ ଦଳକୁ ହରାଇବା ସେତେଟା ସହଜ ହେବ ନାହିଁ। ଏହି କାରଣରୁ ଭାରତକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ମଜବୁତ ଚୂଡାନ୍ତ ଏକାଦଶ ସହ ପଡିଆକୁ ଓହ୍ଲାଇବାକୁ ପଡିବ।

ଏବେ ଭାରତ ପାଖରେ ଟି-୨୦ ସିରିଜ୍ ପାଇଁ ଅନେକ ବିକଳ୍ପ ରହିଛି। ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାଓ୍ଵନଙ୍କ ପରି ଅନୁଭବୀ ଖେଳାଳିଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି। ଦଳ ପାଇଁ ସବୁଠୁ ବଡ ସମସ୍ୟା ଯେ କେଉଁ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ।

ଭାରତୀୟ ଦଳ ଟି-୨୦ ସିରିଜ୍ ପାଇଁ ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାଓ୍ଵନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ଦୀପକ ଚହରଙ୍କ ପରି ଖେଳାଳିଙ୍କୁ ଚୟନ କରାଯାଇଛି। ମାତ୍ର ଏହି ଦଳରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭୁବନେଶ୍ଵର କୁମାର, ରାହୁଲ ତେଓ୍ଵତିଆ, ଇଶାନ କିଶନ, ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅର୍ଥାତ ଦଳ ପାଇଁ ପ୍ରତିଟି ଅର୍ଡର ପାଇଁ ବିକଳ୍ପ ଖେଳାଳି ରହିଛନ୍ତି। ବିରାଟ କୋହଲି ଏବେ କିପରି ଚୂଡାନ୍ତ ଏକାଦଶ ଚୟନ କରିବେ ଏବଂ କାହାକୁ ଦଳରେ ସୁଯୋଗ ଦେବେ ତାହା ଅନୁମାନ କରିବା ବହୁତ ମୁସ୍କିଲ।

କଣ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ

ଭାରତର ଟପ୍ ଅର୍ଡରରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଖେଳିବା ନିଶ୍ଚିତ। ଶିଖର ଧାଓ୍ଵନଙ୍କୁ ବେଞ୍ଚରେ ବସିବାକୁ ପଡିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ନିଶ୍ଚିତ। ଦଳରେ ଋଷଭ ପନ୍ତଙ୍କୁକ ଓ୍ଵିକେଟ୍ କିପର ଭାବେ ସ୍ଥାନ ମିଳିପାରେ। ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ। ଦ୍ରୁତ ବୋଲିଂ ମୋର୍ଚ୍ଚାରେ ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ। ଅନ୍ୟପଟେ ଦୀପକ ଚହରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ଵର କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.