Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ସପ୍ତାହେ କ୍ବାରେଣ୍ଟାଇନ୍‌ରେ ରହିବ ଟିମ୍ ଇଣ୍ଡିଆ, ପ୍ରସ୍ତୁତ କରିବ ସ୍ପତନ୍ତ୍ର ରଣନୀତି

23/01/2021 at 2:46 PM

ଚେନ୍ନାଇ ୨୩/୦୧ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ପ୍ରଦର୍ଶନ ପରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ୍ ଖେଳିବ ଘରୋଇ ଭାରତ । ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ପୂର୍ବରୁ ଏକ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିବ ଭାରତୀୟ ଦଳ । ଏହି ସମୟରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ ।

ଭାରତୀୟ ଟିମ୍‌ର ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି, ଅଷ୍ଟ୍ରେଲିଆରେ ଟିମ୍‌ କରିସ୍ମା କରି ଦେଖାଇଛି । ସେଠାରେ ପ୍ରତି କ୍ଷଣର ଲାଭ ଉଠାଇବାକୁ ପ୍ରୟାସ କରିଥିଲେ ଖେଳାଳୀମାନେ । ତେବେ ବର୍ତ୍ତମାନ ସେ ସବୁ ଭୁଲିବାକୁ ହେବ ଏବଂ ଆଗକୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ ଉପରେ ଦୃଷ୍ଟି ଦେବାକୁ ପଡିବ । ଇଂଲଣ୍ଡ ବିପକ୍ଷରେ ଟିମ୍‌କୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ ଯାହାକି କ୍ବାରେଣ୍ଟାଇନ ସମୟରେ ହିଁ କରାଯିବ ବୋଲି ଭରତ ଅରୁଣ କହିଛନ୍ତି ।

ଭ୍ରମଣକାରୀ ଇଂଲଣ୍ଡ ଘରୋଇ ବିରୋଧ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ ଖେଳିବ । ଫେବୃୟାରୀ ୫ ତାରିଖରୁ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟ ଚେନ୍ନାଇରେ ଖେଳାଯିବ । ଏହା ପରେ ଅହମଦାବାଦରେ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍‌ ଖେଳାଯିବ ।

ଏହା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ ଖେଳାଯିବ । ସିରିଜ୍‌ର ପ୍ରଥମ ୨ ମ୍ୟାଚ୍‌ ଅହମଦାବାଦରେ ଖେଳାଯିବ । ବାକି ୩ଟି ଟି-ଟେଣ୍ଟି ମ୍ୟାଚ୍‌ ପୁଣେରେ ଖେଳାଯିବ । ତେବେ ଏହାକୁ ନେଇ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ କହିଛନ୍ତି, ‘ଇଂଲଣ୍ଡ ଟିମ୍‌ ବହୁତ ଶକ୍ତିଶାଳୀ । ତାକୁ ହରାଇବାକୁ ଆମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ’ ।

ଅରୁଣ ଆହୁରି ମଧ୍ୟ କହିଛନ୍ତି, ଆମ ପାଇଁ ପ୍ରତି ମ୍ୟାଚ୍‌ ଚ୍ୟାଲେଞ୍ଜିଂ । କିନ୍ତୁ ଇଂଲଣ୍ଡର ବୋଲିଂ ଅଷ୍ଟ୍ରେଲିଆ ଠାରୁ ବହୁତ ଭଲ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ମାଟିରେ ଭାରତ ଖେଳିଥିଲା । ଏହା ସହ ସେ କହିଛନ୍ତି, ଅଷ୍ଟ୍ରେଲିଆରେ ୩୬ ରେ ଅଲଆଉଟ ହେବା ପରେ ଏହାକୁ ଭୁଲିବା ପାଇଁ ୨ଦିନ ସମୟ ଲାଗିଥିଲା । ଏହାକୁ ଭଲି ପରବର୍ତ୍ତୀ ମ୍ୟାଚ୍‌ ଗୁଡିକରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଇଂଲଣ୍‌ଡ ବିପକ୍ଷ ସିରିଜରେ ମଧ୍ୟ ଭାରତୀୟ ଦଳ ଏହି ସଫଳତାକୁ ଦୋହରାଇବ ବୋଲି ଆଶା କରାଯାଉଛି ।

   Related Posts