Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କାନପୁର ଟେଷ୍ଟ: ସକାଳେ ବ୍ୟାକଫୁଟ୍‌ରେ ଥିଲା ଟିମ୍ ଇଣ୍ଡିଆ, ସନ୍ଧ୍ୟା ସୁଦ୍ଧା ଓଲଟିଗଲା ବାଜି, ଏବେ ଜିତିବାକୁ ଦରକାର ୯ ଓ୍ଵିକେଟ୍

28/11/2021 at 6:24 PM

କାନପୁର ୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ଏବେ କାନପୁର ଟେଷ୍ଟରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ବହୁତ ଚାପରେ ଥିଲା। କାରଣ ଶୁଭମାନ ଗିଲ୍‌ଙ୍କ ଓ୍ଵିକେଟ୍ ହରାଇ ସାରିଥିଲା ଦଳ ଏବଂ ଚତୁର୍ଥ ଦିନରେ ବଡ ସ୍କୋର କରିବାର ଚ୍ୟାଲେଞ୍ଜ ଥିଲା।

ହେଲେ ଚତୁର୍ଥ ଦିନର ପ୍ରଥମ ସେସନ ସଂପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ପକ୍ଷରେ ଯାଇଥିଲା ଏବଂ ଭାରତୀୟ ଦଳ ୫୧ ରନ ସ୍କୋରରେ ୫ ଓ୍ଵିକେଟ୍ ହରାଇଥିଲା। ମାତ୍ର ଚତୁର୍ଥ ଦିନର ଖେଳ ଶେଷ ହେଲା  ବେଳକୁ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଏବେ ଦଳ  ବିଜୟଠୁ ୯ ଓ୍ଵିକେଟ୍ ଦୂରରେ ରହିଛି।

ଚତୁର୍ଥ ଦିନର ଖେଳ ଆରମ୍ଭ ହେବା ସହ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଚେତେଶ୍ଵର ପୂଜାରା ଓ ମୟଙ୍କ ଅଗ୍ରଓ୍ଵାଲଙ୍କଠୁ ଦଳ ବଡ ଇନିଂସ ଆଶା ରଖିଥିଲା। ଦିନର ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ବୋଲର ଶାଣିତ ବୋଲିଂ କରି ଭାରତର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ଭାରତ ୫୧ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିଲା।

ପରେ ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ଵିନ ଓ  ଋଦ୍ଧିମାନ ଶାହା ଦମଦାର ବ୍ୟାଟିଂ କରି  ଭାରତକୁ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଶ୍ରେୟସ ଆୟର ଦ୍ଵିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏମିତି କରିବାରେ ଶ୍ରେୟସ ପ୍ରଥମ ଭାରତୀୟ ହେବାର ରେକର୍ଡ କରିଛି।

କ୍ରମାଗତ ନିଜର ବ୍ୟାଟିଂକୁ ନେଇ ପ୍ରଶ୍ନ ଘେରରେ ରହି ଆସିଥିବା ଋଦ୍ଧିମାନ ଶାହା ଚତୁର୍ଥ ଦିନରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଦ୍ଵିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଭାରତ ୨୩୪/୭ରେ ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଇନିଂସର ୪୯ ରନର ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ୨୮୪ ରନର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ କିଓ୍ଵି ଦଳ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୪ ରନ କରିଛି। ଟମ୍ ଲାଥମ(୨) ଓ ଓ୍ଵିଲିୟମ ସମରଭିଲେ(୦) ଅପରାଜିତ ଅଛନ୍ତି। ଆସନ୍ତାକାଲି ଶେଷ ଦିନରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୦ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୯ ଓ୍ଵିକେଟ୍। ତେଣୁ ପଞ୍ଚମ ଦିନର ପ୍ରଥମ ସେସନରେ ଖେଳ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି।

   Related Posts