Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ସେମିଫାଇନାଲରେ କେଉଁ ଟିମ ସହ ଖେଳିବାକୁ ଚାହୁଁଚି ଟିମ ଇଣ୍ଡିଆ ? ଜାଣନ୍ତୁ କ’ଣ କହିଲେ ବିରାଟ

7/07/2019 at 12:15 PM

ଆଇସିସି ବିଶ୍ୱକପ କ୍ରିକେଟର ୪୪ତମ ମ୍ୟାଚ ଗତକାଲି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳା ଯାଇଥିଲା । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ ନିଵାସଃପତ୍ତି ନେଇଥିଲା । ଶ୍ରୀଲଙ୍କା ୫୦ ଓଭରରେ ୭ଟି ଉଇକେଟ ହରାଇ ୨୬୪ ରନ କରିଥିଲା । 

ଭାରତର ଓପନିଂ ବ୍ୟଟ୍ସମ୍ୟାନ ରୋହିତ ଶର୍ମା ୧୦୩ ରନ ଏବଂ କେ.ଏଲ.ରାହୁଲ ୧୧୧ ରନ କରିଥିଲେ । ଟିମ ଇଣ୍ଡିଆ ୭ ଉଇକେଟ ହରାଇ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଚୟନ କରାଯାଇଥିଲା । ମ୍ୟାଚ ସାରିବା ପରେ ପ୍ରେଜେଣ୍ଟେସନ ବେଳେ ଅଧିନାୟକ ବିରାଟ କୋହଲି ନିଜର ପ୍ରତିକ୍ରିୟା ରଖିଥିଲେ । ସେ କଣ କହିଥିଲେ ଆସନ୍ତୁ ଜାଣିବା :

ବିରାଟ କହିଥିଲେ ଯେ, ଟିମ ଇଣ୍ଡିଆ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚାହୁଁଚି । କିନ୍ତୁ ସେମିଫାଇନାଲରେ ପହଂଚିବାକୁ ଏହିଭଳି ସ୍କୋର ଲାଇନ ଆଶା ସେ ରଖିନଥିଲେ । ଟିମ ଇଣ୍ଡିଆ ଯେଉଁଭଳି ନିରନ୍ତର ପ୍ରଦର୍ଶନ କରିଛି ତାହା ସତରେ ପ୍ରଶଂସନୀୟ । ଏହା ଖେଳାଳିଙ୍କ ପରିଶ୍ରମର ଫଳ ବୋଲି କହିଥିଲେ ବିରାଟ । ସେ ଏହି ଟିମର ଅଧିନାୟକ ହୋଇ ବହୁତ ଗର୍ବିତ ବୋଲି କହିଥିଲେ ବିରାଟ ।

ଏହାପରେ ବିରାଟଙ୍କୁ ପଚାର ଯାଇଥିଲା ଯେ ସେ ସେମିଫାଇନାଲରେ କେଉଁ ଟିମ ସହ ଖେଳିବାକୁ ଚାହୁଁଛନ୍ତି । ଜବାବରେ ସେ କହିଥିଲେ ଯେ ଟିମ ଇଣ୍ଡିଆ ପାଇଁ ବିପକ୍ଷ ଟିମ କୌଣସି ମହତ୍ୱ ରଖେନାହିଁ । ସେମିଫାଇନାଲରେ କେଉଁ ଟିମ ଭାରତ ବିପକ୍ଷରେ ଖେଳିବ ସେଥିପ୍ରତି ତାଙ୍କର ଦୃଷ୍ଟି ନାହିଁ । ଯଦି ଟିମ ଇଣ୍ଡିଆ ଭଲ ନଖେଳେ ତାହେଲେ ଯେକୌଣସି ଟିମ ତାଙ୍କୁ ପରାସ୍ତ କରିପାରିବ । ଆଉ ଯଦି ସେମାନେ ଭଲ ଖେଳନ୍ତି ତାହେଲେ କୌଣସି ଟିମ ତାଙ୍କୁ ପରାସ୍ତ କରିପାରିବ ନାହିଁ ବୋଲି କହିଥିଲେ ବିରାଟ । ଟିମ ଇଣ୍ଡିଆ ପୁରା ଧ୍ୟାନ ଏବଂ ଆତ୍ମବିଶ୍ୱାସର ସହ ସେମିଫାଇନାଲ ଖେଳିବା ପାଇଁ ମୈଦାନରେ ଓହ୍ଲାଇବ । ଫଳାଫଳ ଟିମ ଇଣ୍ଡିଆ ସପକ୍ଷରେ ହେବ ଆବଶ୍ୟକ, କାହା ବିପକ୍ଷରେ ଖେଳୁଛି ତାହା ଆବଶ୍ୟକ ନୁହେଁ ବୋଲି କହିଥିଲେ ବିରାଟ ।

ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସମ୍ପର୍କରେ ବିରାଟ କହିଥିଲେ, ଆରମ୍ଭର ୩ଟି ମ୍ୟାଚ ପରେ ପାଣ୍ଡ୍ୟା ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସେ ବୋଲିଂ କଲାବେଳେ ଜଣେ ବ୍ୟାଟ୍ସମ୍ୟାନ ଭଳି ଚିନ୍ତା କରନ୍ତି । ସେ ପୁରା ଭରସା ଓ ଆତ୍ମବିଶ୍ୱାସର ସହ ଖେଳନ୍ତି । ପାଣ୍ଡ୍ୟାଙ୍କ ଭଳି ଖେଳାଳି ଟିମର କମ୍ବିନେସନ ପାଇଁ ଅତ୍ୟନ୍ତ ଜରୁରୀ । ପାଣ୍ଡ୍ୟା ଆହୁରି ଦୁଇଟି ସର୍ବୋତ୍ତମ ପ୍ରଦର୍ଶନ କରିବେ ବୋଲି ସେ ଆଶା ରଖିଛନ୍ତି ବୋଲି କହିଥିଲେ ବିରାଟ ।

   Related Posts