ସଙ୍କଟରେ ଚତୁର୍ଥ ମ୍ୟାଚ୍ ! ସିଡନୀ ଟେଷ୍ଟ ପରେ ସ୍ଵଦେଶ ଫେରିପାରେ ଭାରତୀୟ ଦଳ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬।୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରରୁ ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ପରେ ସିରିଜ୍‌ର ଅନ୍ତିମ ତଥା ଚତୁର୍ଥ ମ୍ୟାଚ୍‌ ଜାନୁଆରୀ ୧୫ରୁ ବ୍ରିସବେନରୁ ଖେଳାଯିବାର ଅଛି। ମାତ୍ର ବ୍ରିସବେନରେ ଚତୁର୍ଥ ଟେଷ୍ଟ ଆୟୋଜନ ଉପରେ ବିତର୍କ ଜାରି ରହିଛି। ଗତ ଦିନରେ ଖବର ଆସିଥିଲା ଯେ କଡା କ୍ଵାରେଣ୍ଟାଇନ୍ ନିୟମ କାରଣରୁ ଭାରତୀୟ ଦଳ ବ୍ରିସବେନରେ ଚତୁର୍ଥ ଟେଷ୍ଟ ଖେଳିବାକୁ ଚାହୁଁନାହିଁ। ତୃତୀୟ ଟେଷ୍ଟ ପୂର୍ବରୁ ଏହି ମାମଲାର ଆପାତତଃ ସମାଧାନ ହୋଇଥିବା କୁହାଯାଉଥିଲା। କିନ୍ତୁ ଏବେ ବିସିସିଆଇ ବ୍ରିସବେନ ଟେଷ୍ଟରେ କ୍ଵାରେଣ୍ଟାଇନ୍‌ ନିୟମ ଉପରେ ଅଷ୍ଟ୍ରେଲିଆକୁ ଏକ ଅଲଟିମେଟମ ଜାରି କରିବାକୁ ପ୍ରସ୍ତୁତି କରୁଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ଦୁବାଇରେ ୧୪ ଦିନ ଏବଂ ଏଠାରେ ପହଞ୍ଚିବା ପରେ ୧୪ ଦିନ କ୍ଵାରେଣ୍ଟାଇନରେ ରହିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଗସ୍ତ ସମାପ୍ତ ହେବା ପୂର୍ବରୁ ଆଉ ଏକ କ୍ଵାରେଣ୍ଟାଇନ୍‌ରେ ରହିବାକୁ ଚାହୁଁନାହିଁ। ଏହି କାରଣରୁ ବିସିସିଆଇ କ୍ରିକେଟ୍ ଅଷ୍ଟ୍ରେଲିଆଠୁ ବ୍ରିସବେନରେ ଭାରତୀୟ ଦଳ ପାଇଁ ନୋ ଆଇସୋଲେସନ ସୁନିଶ୍ଚିତ କରିବା କିମ୍ବା ତୃତୀୟ ଟେଷ୍ଟ ପରେ ସିରିଜ୍ ଶେଷ କରିବା ପାଇଁ କହିଛି।

{"id":387971,"sizeSlug":"large","linkDestination":"none"}

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସିଏ ଖୋଦ୍ ବିସିସିଆଇକୁ ଆଶ୍ଵାସନା ଦେଇଥିଲା ଯେ ଅଷ୍ଟ୍ରେଲିଆ ଆସିବା ପରେ ଖେଳାଳିଙ୍କୁ କୌଣସି ପ୍ରକାରର ଦୁଇ ସପ୍ତାହର ଆଇସୋଲେସନରେ ରହିବାକୁ ପଡିବ ନାହିଁ। କିନ୍ତୁ ବ୍ରିସବେନର ସ୍ଵାସ୍ଥ୍ୟ ମନ୍ତ୍ରୀ ଆଉ ଏକ କ୍ଵାରେଣ୍ଟାଇନ୍ ନିୟମ ଲାଗୁ କରୁଛନ୍ତି, ଯାହାକୁ ବିସିସିଆଇ ସ୍ଵୀକାର କରିନାହିଁ। ଫଳରେ ଏବେ ଚତୁର୍ଥ ଟେଷ୍ଟ ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି।

ଯଦି ବ୍ରିସବେନ ସରକାର ଭାରତୀୟ ଦଳକୁ ନିୟମରେ କୋହଳ ପ୍ରଦାନ ନକରେ ତେବେ ତୃତୀୟ ଟେଷ୍ଟ ପରେ ସିରିଜ୍ ସମାପ୍ତ ହେବାର ସମ୍ଭାବନା ବଢିବାରେ ଲାଗିଛି। ଫଳରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ତିନୋଟି ମ୍ୟାଚ୍‌ ପରେ ସମାପ୍ତ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.