Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଶ୍ରୀଲଙ୍କାରେ ୩ ନୁହେଁ, ୫ ମ୍ୟାଚ୍‌ର ଟି-୨୦ ସିରିଜ୍‌ ଖେଳିବ ଟିମ୍ ଇଣ୍ଡିଆ !

13/05/2021 at 9:40 PM

ନୂଆଦିଲ୍ଲୀ ୧୩।୦୫: ଭାରତୀୟ କ୍ରିକେଟ୍ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଦଳ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ସିରିଜ୍‌ରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମୁକାବିଲା ଖେଳାଯିବ। ହେଲେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ରହିଛି ଭିନ୍ନ ଯୋଜନା। ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବୋର୍ଡ ଭାରତ ଦଳ ତିନୋଟି ଦିନିକିଆ ଓ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳୁ ବୋଲି ଚାହୁଁଛି। ଅର୍ଥାତ ଶ୍ରୀଲଙ୍କା ବୋର୍ଡ ଟି-୨୦ ସିରିଜ୍‌ରେ ଆଉ ୨ ମ୍ୟାଚ୍‌ ବଢାଇବାକୁ ଚାହୁଁଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହି ପ୍ରସଙ୍ଗରେ ବିସିସିଆଇ ସହ ଆଲୋଚନା କରୁଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଯୁବ ଦଳ ସିରିଜ୍ ଖେଳିବେ। ଜୁଲାଇ ମାସରେ ଭାରତୀୟ ଦଳର ୨୦ ଜଣିଆ ଦଳ ଇଂଲଣ୍ଡ ଗସ୍ତରେ ଥିବେ। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ସିନିୟର ଦଳ ଇଂଲଣ୍ଡରେ ଥିବା କାରଣରୁ ଭାରତ ନିଜର ଦ୍ଵିତୀୟ ଆଗ ଧାଡିର ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇବ। କୁହାଯାଉଛି ଏହି ଗସ୍ତରେ ଶିଖର ଧାଓ୍ଵନ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳି ପାରନ୍ତି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ଵର କୁମାର ଅଧିନାୟକ ଦୌଡରେ ମଧ୍ୟ ରହିଛନ୍ତି।

ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ

ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜୁଲାଇ ୧୩, ଦ୍ଵିତୀୟ ମ୍ୟାଚ୍‌ ଜୁଲାଇ ୧୬ ଓ ତୃତୀୟ ମୁକାବିଲା ଜୁଲାଇ ୧୯ରେ ଖେଳାଯିବ। ଟି-୨୦ ସିରିଜ୍‌ ପ୍ରଥମ ମ୍ୟାଚ୍ ଜୁଲାଇ ୨୨ରେ, ଦ୍ଵିତୀୟ ମ୍ୟାଚ୍‌ ଜୁଲାଇ ୨୪ ଓ ତୃତୀୟ ମ୍ୟାଚ୍ ଜୁଲାଇ ୨୭ରେ ଖେଳାଯିବ। କାର୍ଯ୍ୟକ୍ରମ ଅନୁସାରେ, ଭାରତୀୟ ଦଳ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଞ୍ଚିବ ଓ ଜୁଲାଇ ୨୮ରେ ସ୍ଵଦେଶ ଫେରିବ। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳ ସପ୍ତାହେ କ୍ଵାରେଣ୍ଟିନରେ ରହିବ।

   Related Posts