କୋହଲିଙ୍କୁ ନେଇ ଅଷ୍ଟ୍ରେଲିଆ ବୋଲରଙ୍କ ବିସ୍ଫୋରକ ବୟାନ, କହିଲେ- ‘ବିରାଟଙ୍କ ବିନା ଭାରତ ମଜଭୁତ୍‌, ଟିମ୍‌ରେ ଅଛନ୍ତି ଅନେକ ସୁପରଷ୍ଟାର’

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧: ମା’ ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା। ତେବେ ଏହି ସମୟରେ ତାଙ୍କ ପାଖରେ ରହିବାକୁ କୋହଲି ଇଚ୍ଛା ପ୍ରକାଶ କରିଛନ୍ତି। ସେପଟେ ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି ବିରାଟ ବାହିନୀ। ବିରାଟ କୋହଲି ଓ ଟିମ୍‌ ସେଠା​‌ରେ ପହଞ୍ଚିଥିଲେ ହେଁ କୋହଲି ଏଡିଲେଡରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ଫେରିଆସିବେ। ଭାରତୀୟ କ୍ରୀକେଟ ବୋର୍ଡ (ବିସିସିଆଇ) କୋହଲିଙ୍କୁ ପିତୃତ୍ବ ଅବକାଶ ନିମନ୍ତେ ଅନୁମତି ପ୍ରଦାନ କରିଛି।

ତେବେ କୋହଲିଙ୍କ ଅନୁପସ୍ଥିତିକୁ ନେଇ ଭାରତୀୟ ଖେଳାଳି ଯେତିକି ବ୍ୟଥିତ ନୁହେଁ ବରଂ ଅଷ୍ଟ୍ରେଲିଆ କ୍ରିକେଟର ସେତିକି ଚିନ୍ତିତ। ଅନୁଭବୀ ସ୍ପିନର ନାଥନ୍‌ ଲିୟୋନଙ୍କ କହିବା ଅନୁଯାୟୀ ଆଗାମୀ ଟେଷ୍ଟ ସିରିଜ୍‌ରେ କୋହଲିଙ୍କ ଅନୁପସ୍ଥିତି ନୈରାଶ୍ୟଜନକ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅଷ୍ଟ୍ରେଲିଆ ଓ୍ବାର୍ଡର-ଗାଭାସ୍କର ଟ୍ରଫି ଜିତିଯିବ। କାରଣ ଭାରତୀୟ ଟିମ୍‌​‌ରେ ଅନେକ ‘ସୁପରଷ୍ଟାର’ ଅଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ସୀମିତ ଓଭରରେ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ ମିଳିବା ନୈରାଶ୍ୟଜନକ। କୋହଲି, ଷ୍ଟିଭ୍‌ ସ୍ମିଥଙ୍କ ଭଳି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କୋହଲି ନଖେଳିବା ଦୁର୍ଭାଗ୍ୟଜନକ ତଥାପି ତାଙ୍କ ପାଖରେ ସୁପରଷ୍ଟାର ଅଛନ୍ତି।

ଟିମ୍‌ ଇଣ୍ଡିଆ ପାଖରେ ଚେତେଶ୍ବର ପୁଜାରା, ରାହାଣେ ଭଳି ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରହିଛନ୍ତି। କୋହଲିଙ୍କ ବ୍ୟତୀତ ସେମାନଙ୍କ ସହ ମୁକାବିଲା ବି ଆମକୁ ଭାରି ପଡ଼ିବ। ବିରାଟ ଖେଳୁ ନାହାନ୍ତି ଏହାର ଅର୍ଥ ନୁହେଁ ଯେ ଆମେ ଟ୍ରଫି ହାସଲ କରିପାରିବୁ। ଏହା ପରେ ବି ଆମକୁ ପରିଶ୍ରମ କରିବାକୁ ପଡ଼ିବ ବୋଲି ଫୋକ୍ସ ସ୍ପୋର୍ଟସ୍‌କୁ କହିଛନ୍ତି ନାଥ୍‌ନ ଲିୟୋନ୍‌। ତେବେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ​‌ରେ ଥିବା ବେଳେ ସେଠାରେ ୩ ଓ୍ବାନ୍‌ଡେ, ୩ ଟି-୨୦ ଓ ୪ ଟେଷ୍ଟ ମ୍ୟାଚ୍‌ ଖେଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.