Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟେଷ୍ଟ ପୂର୍ବରୁ ସାର୍ଟ ଲେସ୍ ହେଲା ଟିମ୍ ଇଣ୍ଡିଆ, ସୋସାଲ ମିଡିଆରେ ଭାଇରାଲ ହେଉଛି ବିରାଟ ବାହିନୀଙ୍କ ଫଟୋ

21/08/2019 at 10:42 PM

ଆଣ୍ଟିଗୁଆ: ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ଟୁରରେ। ପ୍ରଥମ ପର୍ଯ୍ୟାୟରେ ଟି-୨୦ ଓ ପଛକୁ ୱାନଡେ ସିରିଜ ଜିତି ବେଶ ନିଶ୍ଟିତ ଅଛନ୍ତି ଭାରତୀୟ କ୍ରିକେଟର। ଆଗାମୀ ୨୨ରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଏଣୁ ଟିମ୍ ଆତ୍ମବିଶ୍ୱାସରେ ଭରପୁର ଥିବା ବେଳେ ବିରାଟଙ୍କ ନେତୃତ୍ୱରେ ବେଶ ମସ୍ତି କରୁଛନ୍ତି। ଟିମ୍ ଇଣ୍ଡିଆ ଏକ ପୁଲରେ ମସ୍ତି କରୁଥିବାର ଫଟୋ ବିରାଟ ତାଙ୍କର ଇଂଷ୍ଟାରେ ଅପଲୋଡ କରିବା ପରଠାରୁ ୨୦ ଲକ୍ଷ ଲାଇକ୍ସ ପାଇସାରିଲାଣି। ତେବେ ଟିମ୍ ଇଣ୍ଡିଆ ପ୍ଲେୟରଙ୍କ ସହ ଗୋରାଙ୍କ ଫଟୋ ଏବେ ପାଲଟିଛି ଚିନ୍ତାର କାରଣ।

ଆଜିକାଲି ୱେଷ୍ଟଇଣ୍ଡିଜ୍ ଟେଷ୍ଟ କ୍ରିକେଟରେ ଏତେଟା ଉଚ୍ଚମାନର ପ୍ରଦର୍ଶନ କରିପାରୁନି। ହେଲେ ଘରୋଇ କ୍ରିକେଟରେ ନିଜର ସ୍ଥିତି ବେଶ ମଜଭୁତ ରଖିଛି। ଗତଥର ୱେଷ୍ଟଇଣ୍ଡିଜ୍ ଇଂଲଣ୍ଡ ଟିମର ଆୟୋଜକ ଥିଲା। ତେବେ ୱେଷ୍ଟଇଣ୍ଡିଜ୍ ଟିମ୍ ଚିତାକର୍ଷକ ବିଜୟ ହାସଲ କରିଥିଲା। ଗତ ଇଂଲଣ୍ଡ ସିରିଜରେ ମଧ୍ୟ ଗୋରା କ୍ରିକେଟର ସେମାନଙ୍କ ବେଗ୍ସଙ୍କ ସହ ଖୁବ୍ ମସ୍ତି କରୁଥିବା ଦେଖାଯାଇଥିଲା। ଯାହାକୁ ନେଇ ବ୍ରିଟିଶ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ବି ହୋଇଥିଲା। ହେଲେ ଏବେ ପୁଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡର ଅନୁକରଣ କରିଛି। ଏଥିରେ ସେମାନଙ୍କ ବେଗ୍ସ ନାହାନ୍ତି ହେଲେ ସାର୍ଟଲେସ୍ ଫଟୋ ବେଶ୍ ହଇଚଇ ସୃଷ୍ଟି କରିଛି।

ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜି ଟୁରର ୨ଟି ଶୃଙ୍ଖଳା ହାତେଇ ସାରିଛି। ଟିମ୍ ର ଟେଷ୍ଟ ଲାଇନ ବି ବେଶ୍ ମଜଭୁତ ରହିଛି । ହେଲେ ଏବେ ବିରାଟ ବାହିନୀଙ୍କ ଫଟେସୁଟ୍ ପରେ ଟିମ୍ ଟ୍ରାପରେ ନ ପଡିବ ସେ ନେଇ କିନ୍ତୁ କେହି ନିଶ୍ଚିତ ହୋଇ ପାରୁନାହାନ୍ତି। ଟେଷ୍ଟରେ ଟିମ୍ ପାଇଁ ଏତେ ସମସ୍ୟା ନାହିଁ ହେଲେ ବିରାଟଙ୍କ ସମ୍ମୁଖରେ ଯେଉଁ ସମସ୍ୟା ଅଛି ତାହା ଛୋଟ ନୁହେଁ । ଟେଷ୍ଟ ଓପ୍ନରଙ୍କ ନିର୍ଣ୍ଣୟ ହିଁ ବିରାଟଙ୍କ ଲାଗି ଏବେବି ସମସ୍ୟା ହୋଇ ରହିଛି।

   Related Posts