ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ, ଟେଷ୍ଟ କ୍ରିକେଟ୍ ରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

Published By : Prameya-News7 Bureau | November 15, 2019 IST

ଇନ୍ଦୋର ୧୫।୧୧ :  ବାଂଲାଦେଶ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ମୟଙ୍କ ଅଗ୍ରୱାଲ ଶୁକ୍ରବାର ଦ୍ୱିଶତକ ହାସଲ କରିଛନ୍ତି। ମୟଙ୍କ ସର୍ବାଧିକ ୨୪୩ ରନର ଜବରଦସ୍ତ ଇନିଂସ ଖେଳିଥିବା ବେଳେ ଭାରତୀୟ ଟିମ୍ ଟେଷ୍ଟ କ୍ରିକେଟରେ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନା କରିଛି। ଲଗାତାର ୪ଟି ଟେଷ୍ଟମ୍ୟାଚ୍ ରେ ଟିମ୍ ଇଣ୍ଡିଆର ବ୍ୟାଟସ୍ ମ୍ୟାନମାନେ ୪ଟି ଦ୍ୱିଶତକ କରିବାର କିର୍ତ୍ତିମାନ ସ୍ଥାପନା କରିଛନ୍ତି।

{"id":184627,"width":581,"height":394,"sizeSlug":"large"}

ଟେଷ୍ଟ କ୍ରିକେଟରେ ଦ୍ୱିଶତକର ଧାରା ମୟଙ୍କ ହିଁ ଗତ ବିଶାଖାପାଟଣା ଟେଷ୍ଟରେ ଆରମ୍ଭ କରିଥିଲେ। ସାଉଥ ଆଫ୍ରିକା ବିପକ୍ଷରେ ମୟଙ୍କ ୨୧୫ ରନର ଇନିଂସ ଖେଳିଥିଲେ। ପରେ କ୍ୟାପ୍ଟେନ ବିରାଟ କୋହଲୀ ପୁଣେରେ ସାଉଥ ଆଫ୍ରିକା ବିପକ୍ଷରେ ୨୫୪ ରନର ଇନିଂସ ଖେଳିଥିବା ବେଳେ ସିରିଜର ଶେଷ ମ୍ୟାଚ୍ ରେ ରୋହିତ ଶର୍ମା ତାଙ୍କ ଟେଷ୍ଟ କ୍ରିକେଟର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ଏହି କ୍ରମ ବାଂଲାଦେଶ ସିରିଜରେ ବି ମୟଙ୍କ ଜାରି ରଖିଛନ୍ତି। ଫଳରେ ଦ୍ୱିଶତକ କରିବାରେ ଟିମ୍ ଇଣ୍ଡିଆ ବ୍ୟାଟସମ୍ୟାନମାନେ ଟେଷ୍ଟ କ୍ରିକେଟ ଜଗତରେ ନୂଆ ରେକର୍ଡ ସ୍ଥାପନା କରିଛନ୍ତି।

{"id":184630,"width":576,"height":323,"sizeSlug":"large"}

ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍ ରେ ମୟଙ୍କ ମୋଟ ୩୩୦ଟି ବଲର ସମ୍ମୁଖୀନ ହୋଇ ୨୮ଟି ଚୌକା ଓ ୮ଟି ଛକ୍କା ବଳରେ କରିଛନ୍ତି ୨୪୩ ରନ। ଅନ୍ୟପକ୍ଷରେ ଗୋଟିଏ ଇନିଂସରେ ସର୍ବାଧିକ ଛକ୍କା ମାରିବାରେ  ନବଜୋତ ସିଂହଙ୍କ ସହ ସମାନ୍ତରାଳରେ ପହଞ୍ଚିଛନ୍ତି ମୟଙ୍କ ।  ପୂର୍ବରୁ ସିଦ୍ଧୁ ଗୋଟିଏ ଟେଷ୍ଟ ମ୍ୟାଚ୍ ରେ ସର୍ବାଧିକ ୮ଟି ଛକ୍କା ମାରିବାର ରେକର୍ଡ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.