Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟଳିଲା ଟିମ୍ ଚୟନ ବୈଠକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜାରି ରହିଛି ଅନିଶ୍ଚିତତା

19/07/2019 at 8:04 PM

ଭାରତୀୟ କ୍ରିକେଟ୍ ଟିମ୍ ରେ ଏବେ ଏକ ସଙ୍ଗରେ ଅନେକ ଘଟଣା ଘଟିବାକୁ ଯାଉଛି। ଗୋଟିଏ ପଟେ ଧୋନୀଙ୍କ ସନ୍ୟାସ ନେଇ ଆଲୋଚନା ଚାଲିଥିବା ବେଳେ ବିରାଟ ଓ ରୋହିତଙ୍କ ମଧ୍ୟରେ ବିବାଦ ସାଙ୍ଗକୁ ଟିମର କୋଚ୍ ପରିବର୍ତ୍ତନ, ୱାନଡେ ଟିମ କ୍ୟାପ୍ଟେନ ଚୟନ ଓ ସିଓଏଙ୍କ ନୂଆ ନିୟମ ପରିବର୍ତ୍ତନ ଆଦି ଅନେକ ଚର୍ଚ୍ଚା ହେଉଛି। ଏ ସବୁ ବାଦେ ଶୁକ୍ରବାର ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ଟାଳି ଦିଆଯିବା ଏବେ ନୂଆ ଚିନ୍ତାର କାରଣ ପାଲଟିଛି।

ଏହି ବୈଠକରୁ ୱାର୍ଲଡ କପ୍ ୨୦୧୯ର କେଉଁ ଖେଳାଳି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ, କିଏ ବିଶ୍ରାମ କରିବେ ତାହା ନିଶ୍ଚିତ କରାଯିବ। ତେବେ ବୈଠକ ଟଳିଥିବାରୁ ଏ ନେଇ ଖେଳାଳିଙ୍କ ମଧ୍ୟରେ ଅନିଶ୍ଚିତତା ଦେଖା ଦେଇଛି। ହେଲେ ଟିମ ଚୟନ କରିବା ପୂର୍ବରୁ ସବୁ ଖେଳାଳିଙ୍କ ଫିଟନେସ ରିପୋର୍ଟକୁ ଚୟନ କର୍ତ୍ତା ଅପେକ୍ଷା କରିବା ଯୋଗୁ ବୈଠକ ଟଳିଥିବା କୁହାଯାଉଛି। ଯଦି ଫିଟନେସକୁ ପ୍ରାଥମିକତା ଦିଆଯାଏ ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଟିମରୁ ବାଦ ପଡିବା ନିଶ୍ଚିତ। କାରଣ ସେ ଏବେ ପିଠି ଯନ୍ତ୍ରଣାରେ ପୀଡିତ। ଏଣୁ ତାଙ୍କୁ ଟୁରରେ ସାମିଲ କରାଯିବା ବଦଳେ ବିଶ୍ରାମ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ପାଣ୍ଡ୍ୟା ନୁହଁନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଟୁରରେ ସାମିଲ କରାଯାଇ ନପାରେ। ତାଙ୍କୁ ଉଭୟ ୱାନଡେ ଓ ଟି-୨୦ରୁ ବିଶ୍ରାମ ଦିଆଯାଇପାରେ । ଏହି ଗସ୍ତକାଳରେ ଭାରତ ୱେଷ୍ଟଇଣ୍ଡିଜ୍ ବିରୋଧରେ ୩ଟି ଟି-୨୦, ୩ଟି ୱାନଡେ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୮ରୁ ୱାନଡେ ସିରିଜ୍ ଆରମ୍ଭ ହେବ। ସେହିପରି ଅଗଷ୍ଟ ୨୨ ତାରିଖରୁ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏଥି ନିମନ୍ତେ ଜୁଲାଇ ୨୧ ତାରିଖ ସୁଦ୍ଧା ଟିମ ଇଣ୍ଡିଆର ଚୟନ ହେବ ବୋଲି ଜଣାପଡିଛି।

   Related Posts