Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କିଏ ଏହି ଗୁଜରାଟର ଅରଜନ ? ଯାହାଙ୍କୁ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପାଇଁ ଚୟନ କରାଯାଇଛି

7/05/2021 at 10:23 PM

ନୂଆଦିଲ୍ଲୀ ୦୭।୦୫: ବିଶ୍ଵ  ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା  ହୋଇଛି। ଚୟନକର୍ତ୍ତା ୨୦ ଜଣିଆ ଦଳ ଘୋଷଣା କରିଛି। ଏଥିସହ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଛି। ଦଳରେ ଏମିତି ଜଣେ ଖେଳାଳିଙ୍କୁ ସ୍ଥାନ ମିଳିଛି, ଯାହା କିଛି କ୍ରିକେଟ୍ ପ୍ରଶଂସକଙ୍କୁ ଚକିତ ମଧ୍ୟ କରିଛି। ଉକ୍ତ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ଇଂଲଣ୍ଡ ନେବାକୁ ନିଷ୍ପତ୍ତି ନେଇଛି। ସେ ଖେଳାଳି ହେଉଛନ୍ତି ଅର୍ଜନ ନାଗଓ୍ଵାସଓ୍ଵାଲା। ସେ ଘରୋଇ କ୍ରିକେଟ୍‌ରେ ଗୁଜରାଟ ପକ୍ଷରୁ ଖେଳନ୍ତି।

ଦଳରେ ଚାରି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିରେ ଅଭିମନ୍ୟୁ ଈଶ୍ଵରନ, ପ୍ରସିଦ୍ଧ କୃଷ୍ଣା, ଅବେଶ ଖାନ ଓ ଅରଜନ ସାମିଲ। ୨୩ ବର୍ଷୀୟ ଅରଜନ ବାମହାତୀ ମଧ୍ୟମଗତି ଦ୍ରୁତ ବୋଲର। ନିକଟରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନିଜର ଦମଦାର ପ୍ରଦର୍ଶନ ବଳରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ମହାରାଷ୍ଟ୍ର ବିପକ୍ଷରେ ମାତ୍ର ୧୯ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ଏଥିସହ ଗୁଜରାଟକୁ ୨୯ ରନରେ ଜିତାଇଥିଲେ।

ଅରଜନ ଟୁର୍ଣ୍ଣାମେଣ୍ଟରେ ୧୪.୬ ହାରରେ ମୋଟ୍ ୯ ଓ୍ଵିକେଟ୍ ନେଇଥିଲେ। ସେ ଏ ପର୍ଯ୍ୟନ୍ତ ମୋଟ୍ ୧୬ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୬୨ ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ୧୫ ଟି-୨୦ ମୁକାବିଲାରେ ୨୧ ସଫଳତା ପାଇଛନ୍ତି। ସେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ କ୍ଵାର୍ଟର ଫାଇନାଲରେ ଗୁଜରାଟକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ସେ ୨୮ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର  ପ୍ରଥମ ମୁକାବିଲା ଅଗଷ୍ଟ ୪ରେ ଖେଳାଯିବ। ଦ୍ଵିତୀୟ ଅଗଷ୍ଟ ୧୨, ତୃତୀୟ ଅଗଷ୍ଟ ୨୫, ଚତୁର୍ଥ ସେପ୍ଟେମ୍ବର ୨ ଏବଂ ପଞ୍ଚମ ସେପ୍ଟେମ୍ବର ୧୦ରେ ଖେଳାଯିବ।

   Related Posts