Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସ୍କଟଲାଣ୍ଡ୍ ଖେଳାଳିଙ୍କ ଇଚ୍ଛା ପୂରଣ କଲା ଟିମ୍ ଇଣ୍ଡିଆ, ବିପକ୍ଷ ପ୍ଲେୟାରଙ୍କୁ ଖାସ୍ ଟିପ୍ସ ଦେଲା ବିରାଟ ବାହିନୀ : ଦେଖନ୍ତୁ ଭିଡିଓ

6/11/2021 at 2:45 PM

ଦୁବାଇ,୦୬/୧୧: ଟି୨୦ ବିଶ୍ୱକପରେ ଫର୍ମକୁ ଫେରିଛି ଭାରତ । ଦଳ ଲଗାତର ଭାବେ ଆଫଗାନିସ୍ତାନକୁ ଓ ସ୍କଟଲାଣ୍ଡ ବିରୋଧରେ ବଡ ବିଜୟ ହାସଲ କରିଛି । ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଭାରତ ୮ ଓ୍ୱିକେଟରେ ସ୍କଟଲାଣ୍ଡକୁ ହରାଇଥିଲା । ମାତ୍ର ୩୯ ବଲରେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଏହି ବିଜୟ ସହ ଦଳ ସେମିଫାଇନାଲ ଆଶାକୁ ମଧ୍ୟ ଉଜ୍ଜୀବିତ ରଖିଛି ।

ମ୍ୟାଚ୍ ସମାପ୍ତ ପରେ ସ୍କଟଲାଣ୍ଡ ଖେଳାଳି ଭାରତୀୟ ଦଳର ଡ୍ରେସିଂ ରୁମରେ ପହଁଚିବା ସହ ଖେଳାଳିଙ୍କୁ ଭେଟିଥିଲେ । ତେବେ ବିପକ୍ଷ ଖେଳାଳି ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ ପରିଦର୍ଶନ ପାଇଁ ଆଶା ଜାହିର କରିଥିଲା । ଯାହାକୁ ବିରାଟ ବାହିନୀ ପୂରଣ କରିଥିଲା ।

ବିସିସିଆଇ ଟ୍ୱିଟରରେ ଏକ ଭିଡିଓ ଜାରି କରିଛି । ଏଥିରେ ଦେଖିବାକୁ ମିଳିଛି ଯେ, ସ୍କଟଲାଣ୍ଡ ଖେଳାଳି ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ ଯିବାକୁ ଇଚ୍ଛା ପ୍ରକଟ କରିଥିଲେ । ବିରାଟ ବ୍ରିଗେଡ୍ ଏହି ଇଚ୍ଛାକୁ ସମ୍ମାନ ଦେବା ସହ ପୂରଣ କରିଥିଲା ।

ଏପରି ଥିଲା ମ୍ୟାଚ୍

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ୍ କରିପାରିଥିଲା । ଜଜ୍ ମୁନ୍ସି ସର୍ବାଧିକ ୨୪ ରନ୍ କରିଥିଲେ । ସେହିପରି ମାଇକେଲ୍ ଲିସ୍କ ୨୧ ରନ୍ କରିଥିଲେ । ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଓ ଜସପ୍ରିତ ବୁମରାହ ୨ଟି ଓ୍ୱିକେଟ୍ ନେଇଥିଲେ ।

ଜବାବରେ ଭାରତ୬.୩ ଓଭରରେ ମାତ୍ର ୨ ଓ୍ୱିକେଟ୍ ହରାଇ ୮୯ କରିଥିଲା । କେଏଲ ରାହୁଲ ୧୯ ବଲରୁ ୬ ଚୌକା ଓ ୩ ଛକ୍କା ସହ ୫୦ ରନ୍ କରିଥିଲେ । ସେହିପରି ରୋହିତ ଶର୍ମା ୧୬ ବଲରୁ ୩୦ ରନ୍ କରିଥିଲେ । ଏତିରେ ୫ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ଥିଲା ।

   Related Posts