ଟିମ୍ ଇଣ୍ଡିଆ-ବିରାଟ କୋହଲି-ଡିସେମ୍ବର ୧୯ : ଅଜବ ସଂଯୋଗ, ୨୦୧୬ରେ କରିଥିଲା ରେକର୍ଡ, ଆଜି ଖାଇଗଲା ମାତ୍

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : ଭାରତୀୟ କ୍ରି​‌କେଟ୍ ପ୍ରଶଂସକଙ୍କ ପାଇଁ ୧୯ ଡିସେମ୍ବର ଏକ ସ୍ମରଣୀୟ ଦିନ ହୋଇ ରହିବ । ଯେବେବି ଡିସେମ୍ବର ୧୯ ଆଡିଲେଡ୍ ଟେଷ୍ଟ୍ କଥା ମନେ ପଡିବ ପିଚରେ ତାସ୍ ପତା ପରି ଭାରତୀୟ କ୍ରିକେଟ୍ ଟିମର ଓ୍ବକେଟ୍ କଥା ନିଶ୍ଚୟ ମନେପଡିବ । ଆଡିଲେଡରେ ଖେଳାଯାଇଥିବା ପିଙ୍କ୍ ବଲ କ୍ରିକେଟରେ ଭାରତୀୟ ଦଳ କଙ୍ଗାରୁ ଟିମ ଠାରୁ ଶୋଚନୀୟ ପରାଜୟ ପରଣ କରିଛି ।

{"id":379674,"width":575,"height":436,"sizeSlug":"large","linkDestination":"none"}

ତେବେ ଠିକ ୪ ବର୍ଷ ତଳେ ଅର୍ଥାତ ୧୯ ଡିସେମ୍ବର ୨୦୧୬ରେ ଭାରତ ଟେଷ୍ଟ ଇତିହାସରେ ତାର ସବୁଠାରୁ ଅଧିକ ସ୍କୋର କରିଥିଲା । ୧୯ ଡିସେମ୍ବର ୨୦୨୦ ମଧ୍ୟ ଭାରତୀୟ ଟିମ ପାଇଁ ସେହିଭଳି ସ୍ମରଣୀୟ ହୋଇ ରହିବ । କାହିଁକି ନା କ୍ରିକେଟ୍ ଇତିହାସରେ ଭାରତ ତାର ସବୁଠାରୁ କମ ସ୍କୋର କରିଛି । ଏହା ଏକ ଦୁର୍ଲଭ ସଂଯୋଗ ବୋଲି କହିହେବ ଯେ, ବିରାଟ କୋହଲିଙ୍କ ନେତୃତ୍ବରେ ହିଁ ଭାରତ ଏହି ରେକର୍ଡ ହାସଲ କରିଛି ।

{"id":379677,"sizeSlug":"large","linkDestination":"none"}

୨୦୧୬ରେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍ ଶୋଚନୀୟ ପ୍ରଦର୍ଶନ କରିଥିଲା । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜରେ ଭାରତ ୩-୦ରେ ଆଗୁଆ ଥିଲା । ଚାରି ବର୍ଷ ପୂର୍ବେ ଅର୍ଥାତ ୨୦୧୬ ଡିସେମ୍ବର ୧୯ରେ ଭାରତୀୟ କ୍ରିକେଟ୍ ଦଳ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ୭ ଓ୍ଵିକେଟ୍ ହରାଇ ୭୫୯ ରନ କରିଥିଲା। ଟେଷ୍ଟରେ ଏହା ଭାରତୀୟ ଦଳର ସର୍ବୋଚ୍ଚ ସ୍କୋର ଥିଲା। ଏହି ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୭୫ ରନରେ ମାତ୍ ଦେଇଥିଲା।

{"id":379675,"width":582,"height":396,"sizeSlug":"large","linkDestination":"none"}

ଏହାର ଠିକ୍ ଚାରି ବର୍ଷ ପରେ ଆଜି ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ ମ୍ୟାଚ୍‌ରେ ନିଜର ସର୍ବନିମ୍ନ ସ୍କୋର କରିଛି।  ଭାରତ ୯ ଓ୍ଵିକେଟ୍ ହରାଇ ୩୬ ରନ କରିଥିବା ବେଳେ ମହମ୍ମଦ ସାମିଙ୍କୁ ଆହତ କାରଣରୁ କ୍ରିଜ୍ ଛାଡିବାକୁ ପଡିଥିଲା। ଫଳରେ ଭାରତର ଦ୍ଵିତୀୟ ଇନିଂସରେ ୩୬ରେ  ହିଁ ସମାପ୍ତ ହୋଇଥିଲା। ଏହା ପୂର୍ବରୁ ଭାରତର ସର୍ବନିମ୍ନ ସ୍କୋର ୪୨ ରନ ଥିଲା। ୧୯୭୪ରେ ଦଳ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ ଏହି ଅଲୋଡା ରେକର୍ଡ ନିଜ ନାମରେ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.