Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

୨୦୨୧ ଭାରତୀୟ ଦଳ ପାଇଁ ବ୍ୟସ୍ତବହୁଳ ବର୍ଷ, ମିଳିବନି ଗୋଟିଏ ମାସ ବି ବିଶ୍ରାମ, ଏମିତି ରହିପାରେ କାର୍ଯ୍ୟସୂଚୀ

18/11/2020 at 4:13 PM

ନୂଆଦିଲ୍ଲୀ ୧୮।୧୧: କରୋନା କାରଣରୁ ୨୦୨୦ରେ କ୍ରିକେଟ୍‌ ସିଜିନ ସଂପୂର୍ଣ୍ଣ ବରବାଦ ହୋଇ ଯାଇଛି। ଅନେକ ଟୂର୍ଣ୍ଣାମେଣ୍ଟ ଓ ଶୃଙ୍ଖଳା ସ୍ଥଗିତ କରାଯାଇଛି। ହେଲେ ଏବେ ପଡିଆକୁ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ହୋଇଛି। କିନ୍ତୁ ଏଥିପାଇଁ ଅନେକ ମାସ ଅପେକ୍ଷା କରିବାକୁ ପଡିଛି। ୨୦୨୦ ସିଜିନ କରୋନା ଯୋଗୁଁ ପ୍ରଭାବିତ ହେବା କାରଣରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଗାମୀ ସିଜିନ ବ୍ୟସ୍ତବହୁଳ ହେବାକୁ ଯାଉଛି। ଦଳ ଆସନ୍ତା ବର୍ଷ ପୂରା ୧୨ ମାସ କ୍ରିକେଟ୍‌ ଖେଳରେ ବ୍ୟସ୍ତ ରହିବେ। ୨୦୨୧ରେ ଭାରତୀୟ କ୍ରିକେଟ୍‌ରଙ୍କୁ ଗୋଟିଏ ମାସ ମଧ୍ୟ ବିଶ୍ରାମ ମିଳିବ ନାହିଁ।

ରିପୋର୍ଟ ଅନୁଯାୟୀ ଆଗାମୀ ବର୍ଷ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ  କ୍ରମାଗତ ୧୨ ମାସ କ୍ରିକେଟ୍ ଖେଳିବେ। ୨୦୨୧ରେ ଦଳ ପ୍ରାୟ ୧୪ ଟେଷ୍ଟ, ୧୩ ଦିନିକିଆ ଓ ପାଖାପାଖି ୨୯ଟି ଟି-୨୦ ମ୍ୟାଚ୍ ଖେଳିବ। ଏହା ବ୍ୟତୀତ ଆଇପିଏଲ, ଜୁନରେ ଏସିଆ କପ୍ ଓ ଅକ୍ଟୋବରରେ ଆଇସିସି ଟି ୨୦ ବିଶ୍ଵକପ୍ ମଧ୍ୟ ଆୟୋଜନ ହେବ। କିନ୍ତୁ ଆଇସିସି ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ  କାର୍ଯ୍ୟସୂଚୀ ଘୋଷଣା କରି ନାହିଁ। ଭାରତୀୟ ଦଳ ଜାନୁଆରୀରେ ଅଷ୍ଟ୍ରେଲିଆରୁ ଫେରିବା ପରେ ଦୁଇ ମାସର ଲମ୍ବା ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ।

ଏମିତି ହୋଇପାରେ ଭାରତୀୟ ଦଳର କାର୍ଯ୍ୟସୂଚୀ

ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ, ୪ ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳାଯିବ। ଏପ୍ରିଲରେ ଆଇପିଏଲ, ଜୁନରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଦିନିକିଆ ଓ ୫ ଟି-୨୦,  ଜୁନରୁ ଜୁଲାଇ ପର୍ଯ୍ୟନ୍ତ ଏସିଆ କପ୍, ଜୁଲାଇରେ ଭାରତ ଓ ଜିମ୍ବାଓ୍ଵେ ମଧ୍ୟରେ ୩ ଦିନିକିଆ, ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା, ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା, ଅକ୍ଟୋବରରୁ ନଭେମ୍ଵର ମଧ୍ୟରେ ଟି-୨୦ ବିଶ୍ଵ କପ୍‌, ନଭେମ୍ଵରରୁ ଡିସେମ୍ବର ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୨ ଟେଷ୍ଟ ଓ ୩ ଟି-୨୦ ମ୍ୟାଚ୍‌ ଏବଂ ଡିସେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟେଷ୍ଟ ଓ ୩ ଟି-୨୦ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି।

   Related Posts