Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୬ ଦିନର କ୍ଵାରେଣ୍ଟାଇନ୍ ପରେ ପଡିଆକୁ ଫେରିଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ଅଭ୍ୟାସ୍‌ ବେଳର ଫଟୋ

1/02/2021 at 9:52 PM

ଚେନ୍ନାଇ ୦୧।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୫ରେ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ରହିଥିବା ଛଅ ଦିନିଆ କ୍ଵାରେଣ୍ଟାଇନ୍‌ ଅବଧି ଶେଷ ହୋଇଛି। ଉଭୟ ଦଳର ଖେଳାଳିଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏହା ପରେ ଭାରତୀୟ ଦଳ ସୋମବାର ପଡିଆକୁ ଫେରିଛି।

ଭାରତୀୟ କ୍ରିକେଟ୍ ଦଳ ନିଜର ଆନୁଷ୍ଠାନିକ ଇନଷ୍ଟାଗ୍ରାମ ପେଜରେ ଖେଳାଳିଙ୍କ ଅଭ୍ୟାସ୍ ସେସନର ଫଟୋ ଛାଡିଛି। ଏହି ଫଟୋରେ ଅଧିନାୟକ ବିରାଟ କୋହଲି, ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ ନଜର ଆସିଛନ୍ତି। ଇଶାନ୍ତ ଶର୍ମା ଆଘାତ ଜନିତ ସମସ୍ୟା ଯୋଗୁଁ ଅନେକ ଦିନ ପରେ ପଡିଆକୁ ଫେରିଛନ୍ତି।

ବିରାଟ କୋହଲି ନିଜ ଝିଅଙ୍କ ଜନ୍ମ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳ ଏବେ ତିନି ଦିନ ଅଭ୍ୟାସ୍‌ କରିବ। ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ  ପରେ ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିଆସିଥିଲେ। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ଭାରତୀୟ ଦଳ ବର୍ଡର ଗାଭାସ୍କର ସିରିଜ୍‌ ୨-୧ରେ ଜିତିଥିଲା।

ଅନ୍ୟପଟେ ଇଂଲଣ୍ଡ ଦଳ ମଧ୍ୟ ଆସନ୍ତାକାଲିଠୁ ଅଭ୍ୟାସ୍ ପାଇଁ ପଡିଆକୁ ଓହ୍ଲାଇବ। ଭ୍ରମଣକାରୀ ଦଳ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍‌କୁ ୨-୦ରେ  ଜିତିଛି। ଦଳର ମନୋବଳ ଉଚ୍ଚରେ ରହିଛି। ତେଣୁ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ତୀବ୍ର ପ୍ରତିଦ୍ଵନ୍ଦିଦା ହେବାର ଆଶା କରାଯାଉଛି।

   Related Posts