କାହା ସ୍ଥାନରେ ଖେଳିବେ ଶାର୍ଦ୍ଦୁଲ ଠାକୁର ? ପ୍ଲେଇଙ୍ଗ ଇଲେଭେନ୍‌ରେ ରହିପାରନ୍ତି ଏହି ସବୁ ଖେଳାଳି...

Published By : Prameya-News7 Bureau | October 31, 2021 IST

ଦୁବାଇ ୩୧।୧୦ :  ଟି-୨୦ ବିଶ୍ୱକପରେ ରବିବାର ଦିନ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କିଛିଟା ପରିବର୍ତ୍ତନ ଦେଖାଦେଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଅଧିନାୟକ କୋହଲି ପ୍ଲେଇଙ୍ଗ ଇଲେଭନ୍‌କୁ ବଦଳାଇପାରନ୍ତି ।

ଅଲ୍‌ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ପ୍ଲେଇଙ୍ଗ ଇଲେଭନରେ ସାମିଲ କରାଯିବାର ସୂଚନା ମିଳିଛି । ବିରାଟ ହାର୍ଦ୍ଦିକ ପାଣ୍ୟାଙ୍କୁ ପୁଣି ଥରେ ଟିମ୍‌ ସାମିଲ କରିବା ପକ୍ଷରେ କୋହଲି ଥିବା ଜଣାପଡିଛି । ତେବେ ଶାର୍ଦ୍ଦୁଲ  ଠାକୁର କାହା ସ୍ଥାନରେ ଟିମ୍‌ରେ ସାମିଲ ହେବେ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ମିଳିଥିବା କିଛି ତଥ୍ୟ ଅନୁସାରେ ଆଜିର ମ୍ୟାଚ୍‌ରେ ଭୁବନେଶ୍ୱର କୁମାରଙ୍କୁ ବାଦ୍‌ ଦେଇ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କ ଟିମ୍‌ରେ ସାମିଲ କରାଯାଇପାରେ । ହେଲେ ଏନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇନାହିଁ ଟିମ୍‌ ମ୍ୟାନେଜମେଣ୍ଟ ।

ଅଲ୍‌ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କର ଏବେକାର ଫର୍ମ ଖୁବ୍‌ ଭଲ ରହିଛି । ଚଳିତ ଆଇପିଏଲ୍‌ରେ ସେ ଚମ୍ପିଆନ୍‌ ଚେନ୍ନାଇ ସୁପରକିଙ୍ଗସ ତରଫରୁ ସର୍ବାଧିକ ଓ୍ୱିକେଟ୍‌ ନେଇଥିବା ବୋଲର ରହିଛନ୍ତି । ଶାର୍ଦ୍ଦୁଲଙ୍କ ବ୍ୟାଟିଂ ମଧ୍ୟ ଟିମ୍ ପାଇଁ ବେଶ୍‌ ଲାଭଦାୟକ ହେବ ।

ସେହିପରି ଟିମ୍‌ ବ୍ୟାଟିଂ ଅର୍ଡରରେ କୌଣସି ପରବର୍ତ୍ତନ କରାଯାଇନପାରେ । ରୋହିତ ଓ ରାହୁଲ ଟିମ୍‌ ପାଇଁ ଓପନିଂ ଭାର ସମ୍ଭାଳିବାକୁ ଥିବା ବେଳେ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

wp:heading

ସମ୍ଭାବ୍ୟ ଏକାଦଶ

/wp:heading

ଭାରତରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର/ସର୍ଦୁଲ ଠାକୁର, ମହମ୍ମଦ ସାମି, ଯଶପ୍ରୀତ୍‌ ବୁମରା, ରବିଚନ୍ଦ୍ରନ ଅଶ୍ୱିନୀ ।

ନ୍ୟୁଜିଲାଣ୍ଡମାର୍ଟିନ ଗୁପତିଲ, ଡାରିଲ୍‌ ମିଚେଲ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଡେଭନ କନ୍‌ୱେ, ଗ୍ଲେନ୍‌ ଫିଲିପ୍ସ, ଜେମ୍ସ ନୀଶମ, ଟିମ୍‌ ସିଫର୍ଟ, ମିଚେଲ ସାଣ୍ଟନର, ଟିମ୍‌ ସାଉଦି/ଆଡାମ୍‌ ମିଲ୍‌ନେ, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.