Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ଗର୍ଜିଲା ପନ୍ତଙ୍କ ବ୍ୟାଟ, ଛକା ମାରି ପୂରଣ କଲେ ଅର୍ଦ୍ଧଶତକ : ଭିଡିଓ ସେୟାର କଲା ବିସିସିଆଇ

12/06/2021 at 5:04 PM

ନୂଆଦିଲ୍ଲୀ ୧୨/ ୦୬ : ଇଂଲଣ୍ଡର ସାଉଥଆମ୍ପଟନରେ ଭାରତ ଏବଂ ନ୍ୟଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଖେଳାଯିବ । ଆସନ୍ତା ଜୁନ ୧୮ରୁ ୨୨ ଯାଏଁ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ବିପକ୍ଷରେ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ସିରିଜ ଜାରି ରଖିଥିବା ବେଳେ ଏବେ ସାଉଥଆମ୍ପଟନରେ ଇଣ୍ଟ୍ରା ସ୍କ୍ବାଡ୍‌ ମ୍ୟାଚ( ନିଜ ନିଜ ମଧ୍ୟରେ ଖେଳିବା) ଖେଳୁଛି ଟିମ ଇଣ୍ଡିଆ ।


କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବା ପରେ ଭାରତୀୟ ଦଳ, ଶୁକ୍ରବାର ଦିନ ସାଉଥଆମ୍ପଟନ୍ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ମ୍ୟାଚ୍ ଅଭ୍ୟାସ କରିଥିଲା। ଟିମ୍ ଇଣ୍ଡିଆର ଏହି ଅଭ୍ୟାସ ମ୍ୟାଚ୍ ସମୟରେ, ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ପଡିଆର ଚାରିପଟକୁ ବଡ ବଡ ସଟ୍ ଖେଳୁଥିଲେ ପନ୍ତ ଯାହାକି ତାଙ୍କ ଫର୍ମକୁ ସୂଚାଇଥିଲା । ଏପରିକି ଅର୍ଦ୍ଧଶତକ ହାସଲ କରିଲାଭଳି ଆକ୍ସନ ଦେଖାଇଛନ୍ତି ପନ୍ତ । ଅଭ୍ୟାସ ମ୍ୟାଚରେ ପନ୍ତ ଅର୍ଦ୍ଧଶତକ ହାସଲ କରିଥିବା ଅନୁମାନ କରାଯାଉଛି । ବିସିସିଆଇ ସେୟାର କରିଥିବା ଭିଡିଓରେ ଅଧିନାୟକ ବିରାଟ କୋହଲି, ଶୁଭମାନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବୋଲିଂରେ ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା ଏବଂ ଆର ଅଶ୍ୱିନ୍ ନଜର ଆସିଛନ୍ତି ।


ସ୍ପିନ ବୋଲରଙ୍କୁ ପନ୍ତ ବେଶ ଧୁଲାଇ କରୁଥିବା ଦେଖିବାକୁ ମିଳିଛି । ମଧ୍ୟ କ୍ରମରେ ଏବେ ଋଷଭ ପନ୍ତ ଟିମ ଇଣ୍ଡିଆର ମେରୁଦଣ୍ଡ ପାଲଟିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହା ପୂର୍ବରୁ ନିଜ ବ୍ୟାଟିଂ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ । ଏହି ଅଭ୍ୟାସ ମ୍ୟାଚରେ ଗୋଟିଏ ପଟେ ବିରାଟ କୋହଲି ଅଧିନାୟକ ଦାୟିତ୍ବ ସମ୍ଭାଳିଥିବା ବେଳେ ଅନ୍ୟପଟେ ଅଜିଙ୍କ୍ୟ ରାହାଣେ ମଙ୍ଗ ଧରିଛନ୍ତି । ଅନୁଭବି ଇଶାନ୍ତ ଶର୍ମା ଅଜିଙ୍କ୍ୟ ରାହାଣେଙ୍କ ଦଳରେ ଅଛନ୍ତି । ତାଙ୍କ ବ୍ୟତିତ ରାହାଣେଙ୍କ ଟିମରେ ମହମ୍ମଦ ସାମି ମଧ୍ୟ ଅଛନ୍ତି । ସେହିଭଳି କୋହଲିଙ୍କ ଟିମରେ ଶୁଭମାନ ଗିଲ, ଚେତେଶ୍ବର ପୁଜାରାଙ୍କ ଭଳି ଖେଳଳି ସାମିଲ ଅଛନ୍ତି ।

   Related Posts