Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଶୁକ୍ରବାରଠୁ ୨ୟ ଟେଷ୍ଟ : କୋହଲି ଫେରିବା ପରେ ଚୂଡାନ୍ତ ଏକାଦଶରୁ କିଏ ପଡିବେ ବାଦ୍‌? ଏମିତି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ୍‌

2/12/2021 at 7:21 PM

ନୂଆଦିଲ୍ଲୀ ୦୨/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ମୁମ୍ବାଇର ଓ୍ବାଙ୍ଖେଠେ ଷ୍ଟାଡିୟମରେ ହେବ ମୁକାବିଲା । ଭାରତୀୟ ଟେଷ୍ଟ ଟିମରେ ସାମିଲ ହେବେ ବିରାଟ କୋହଲି । ପ୍ରଥମ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍‌ରେ ପରିବର୍ତ୍ତନ ହେବ ।

ପ୍ରଥମ ମ୍ୟାଚରେ ଶ୍ରେୟସ ଆୟରଙ୍କୁ କୋହଲିଙ୍କ ପ୍ରତିବଦଳରେ ଟିମ​‌ରେ ସାମିଲ କରାଯାଇଥିଲା । କିନ୍ତୁ ସେ ପ୍ରଥମ ମ୍ୟାଚରେ ଦମଦାର ଇନିଂସ ଖେଳି ଡେବ୍ୟୁ ମ୍ୟାଚରେ ହିଁ ପ୍ରଥମ ପାଳିରେ ଶତକ ଏବଂ ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ତେବେ ବଡ କଥା ହେଉଛି କୋହଲି ଦଳରେ ସାମିଲ ହେଲେ ପ୍ଲେଇଂ ଇଲେଭେନ୍‌ରୁ କିଏ ବାଦ ପଡିବେ । ଏ ନେଇ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ ପଡିଯାଇଛି ।

ବିରାଟ କୋହଲି ଫେରିବା ପରେ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରୁ ବାଦ ଦିଆଯାଇପାରେ । ଶୁଭମାନ ଗିଲଙ୍କ ସହ ଚେତେଶ୍ବର ପୁଜାରା ଇନିଂସ ଓପନ୍ କରିପାରନ୍ତି । ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି ଅଧିନାୟକ ବିରାଟ କୋହଲି । ଚତୁର୍ଥରେ ଅଜିଙ୍କ୍ୟ ରାହାଣେ ଏବଂ ୫ମରେ ବ୍ୟାଟିଂ କରିପାରନ୍ତି ଶ୍ରେୟସ ଆୟର । ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଥିବା ରିଦ୍ଧିମାନ ଶାହା ଏବେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି । ସେ ନଂ ୬ରେ ବ୍ୟାଟିଂ କରିପାରନ୍ତି । ୭ମରେ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିପାରେ । ଜାଡେଜା ଏବଂ ଅଶ୍ବିନ ପ୍ଲେଇଂ ଇଲେଭେନ୍‌ରେ ସାମିଲ ହେବା ସ୍ପଷ୍ଟ । ସେପଟେ ଅକ୍ଷର ପଟେଲ ପ୍ରଥମ ମ୍ୟାଚରେ ଜଲଓ୍ବା ଦେଖାଇଛନ୍ତି । ତେଣୁ ସେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବା ଆପାତତ୍‌ ସ୍ପଷ୍ଟ । ଦ୍ରୁତ ବୋଲର ଭାବେ ଉମେଶ ଯାଦବ, ଇଶାନ୍ତ ଶର୍ମାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ଅବଶ୍ୟ ପ୍ରଥମ ମ୍ୟାଚରେ ଇଶାନ୍ତଙ୍କୁ ଓ୍ବିକେଟ ମିଳିନଥିଲା । ତଥାପି ଅଭିଜ୍ଞତା ଦୃଷ୍ଟିରେ ସେ ଦଳରେ ରହିପାରନ୍ତି ।

୨ୟ ଟେଷ୍ଟ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ : ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ

   Related Posts