Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ସ୍ୱଚ୍ଛଭାରତ ଅଭିଯାନରେ ନିଜକୁ ସାମିଲ କଲା ଟିମ୍ ଇଣ୍ଡିଆ, ଜର୍ସିରେ ଲୋଗୋ ଲଗାଇ ମ୍ୟାଚ୍ ଖେଳିଲେ କ୍ରିକେଟର

2/10/2019 at 8:56 PM

ବିଶାଖାପାଟଣା : ସାରା ଦେଶ ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଧୁମଧାମରେ ପାଳନ କରିଛି। ଏହା ସହିତ ଦେଶରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ୫ ବର୍ଷ ପୂରଣ ହୋଇଛି । ଏଣୁ ଅବସରକୁ ଟିମ୍ ଇଣ୍ଡିଆ ମଧ୍ୟ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିରେ ପାଳନ କରିଛି। ଏଥିଲାଗି ଟିମ୍ ଇଣ୍ଡିଆର ଖେଳାଳିମାନେ ବିଶାଖାପାଟଣାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟସିରିଜର ପ୍ରଥମ ମ୍ୟାଚ୍ କୁ ସ୍ୱଚ୍ଛ ଭାରତ ଅଭିଯାନ ଲୋଗୋଥିବା ଜର୍ସି ପିନ୍ଧି ଖେଳିଛନ୍ତି।

ବିସିସିଆଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏ ନେଇ ଏକ ଫଟୋ ସେୟାର କରି ଖେଳାଳିମାନେ ସ୍ୱଚ୍ଛଭାରତ ଅଭିଯାନରେ ଭାଗ ନେଇଥିବା ସୂଚନା ଦେଇଛନ୍ତି। କ୍ରିକେଟ୍ ବୋର୍ଡ ସୋସାଲ ମିଡିଆରେ ଖେଳାଳିମାନଙ୍କର ଯେଉଁ ଫଟୋ ସେୟାର କରିଛି ସେଥିରେ ବିରାଟ, ରାହାଣେ ଓ ଶମୀଙ୍କ ଫଟୋ ଥିବା ଦେଖାଯାଇଛି। ଏହାଛଡା ସେମାନେ ପିନ୍ଧିଥିବା ଟି-ସାର୍ଟର ହାତରେ ସ୍ୱଚ୍ଛ ଭାରତ ଅଭିଯାନର ଷ୍ଟିକର ମଧ୍ୟ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ବେଳେ ପ୍ରଧାନମନ୍ତ୍ରୀ ୨ ଅକ୍ଟୋବର ୨୦୧୯ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ସ୍ୱଚ୍ଛ ରାଷ୍ଟ୍ର ଭାବେ ଆମେ ଜାତିର ପିତାଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଜଣାଇପାରିବା।

   Related Posts