Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କ୍ବାରେଣ୍ଟାଇନ୍ ଶେଷ ହେବା ପରେ ସୁଇମିଂ ପୁଲ୍‌ରେ ମସ୍ତି କରୁଥିବା ନଜର ଆସିଲେ ଭାରତୀୟ ଖେଳାଳି, ଭିଡିଓ ସେୟାର କଲା BCCI

3/07/2021 at 6:46 PM

ନୂଆଦିଲ୍ଲୀ ୦୩/୦୭ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ବିରାଟ କୋହଲି , ରୋହିତ୍ ଶର୍ମାଙ୍କ ଭଳି ଭେଟେରାନ୍ ଖେଳାଳିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ବ ତୁଲାଇବେ ଶିଖର ଧାୱନ । ଯୁବ ଖେଳାଳିରେ ଭରପୁର ଟିମ୍ ଇଣ୍ଡିଆ ଧାଓ୍ବନଙ୍କ ନେତୃତ୍ବରେ ଶ୍ରୀଲଙ୍କାରେ ପହଞ୍ଚି କ୍ବାରେଣ୍ଟାଇନରେ ଥିଲା । ଭାରତୀୟ ଟିମ୍ ବର୍ତ୍ତମାନ କ୍ବାରେଣ୍ଟାଇନ ପୁରା କରିବା ପରେ ଅଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ମଜାଦାର ମୁଡ୍‌ରେ ନଜର ଆସିଛନ୍ତି ଭାରତୀୟ ଦଳର ଖେଳାଳି । ସୁଇମିଂ ପୁଲ୍‌ରେ ଖେଳାଳିମାନେ ମସ୍ତି କରୁଥିବା ଭିଡିଓ ସେୟାର କରିଛି BCCI ।

ଟ୍ବିଟର ଆକାଉଣ୍ଟରେ ଭିଡିଓ ସେୟାର କରିଛି ବିସିସିଆଇ । ଯେଉଁଥିରେ ଖେଳାଳିମାନେ ଭଲିବଲ ଖେଳୁଥିବା ନଜର ଆସିଛନ୍ତି । ଧାୱାନଙ୍କ ସହ ଅନ୍ୟ ଖେଳାଳିମାନେ ମଧ୍ୟ ସୁଇମିଂପୁଲରେ ଗାଧୋଇବାର ମଜା ଉଠାଉଛନ୍ତି । ଭାରତୀୟ ଦଳ ସୋମବାର ସେଠାରେ ପହଞ୍ଚିବାପରେ ଖେଳାଳିମାନଙ୍କୁ ହୋଟଲରେ ତିନିଦିନ ଅଲଗା ରହିବାକୁ ପଡିଥିଲା । ଏହା ସହିତ କ୍ବାରେଣ୍ଟାଇନ ଶେଷ କରିବାପରେ କୋଚ ରାହୁଲ ଦ୍ରାବିଡ୍ ଭାରତୀୟ ଖେଳାଳିଙ୍କ ସହ କିଛି କଥାବର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ବକପ ପୂର୍ବରୁ ଏହା ଶେଷ ଟି-୨୦ ସିରିଜ୍ ।

ଟିମରେ ଚେତନ୍ ସକାରିୟା, କୃଷ୍ଣାପ୍ପା ଗୌତମ, ନୀତିଶ ରାଣା, ଦେବଦତ୍ତ ପାଡିକଲ, ବରୁଣ ଚକ୍ରବର୍ତ୍ତୀ, ଋତୁରାଜ ଗାଓ୍ବକୟାର୍ଡଙ୍କ ଭଳି ଯୁବ ଖେଳାଳି ସାମିଲ ଅଛନ୍ତି । ଏମାନଙ୍କୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅନୁଭବ ନଥିଲେ ମଧ୍ୟ ନିଜ ପ୍ରତିଭାକୁ ପ୍ରମାଣିତ କରିଦେଖାଇଛନ୍ତି । ପୃଥ୍ବୀ ସ’ , ଇଶାନ କିଶାନ, ସଞ୍ଜୁ ସାମସନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଏହି ସିରିଜ୍‌ ଗୁରୁତ୍ବ ବହନ କରୁଛି । କାରଣ ବିଶ୍ବକପ ଆଉ ମାତ୍ର କିଛି ଦିନ ବାକିଥିବାରୁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।  

   Related Posts