ଆଜି ପହଁଚିବେ ଚାମ୍ପିଆନ, ଅଷ୍ଟ୍ରେଲିଆରେ ଇତିହାସ ରଚିବା ପରେ ଚେନ୍ନାଇ ଏୟାରପୋର୍ଟରେ ଓହ୍ଲାଇବେ ଖେଳାଳି

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧୦୧ ଭାରତୀୟ କ୍ରିକେଟ ଟିମ୍ ନିକଟରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଟେଷ୍ଟ୍ ସିରିଜ ଉପରେ କବଜା କରିଛି ।ଏହାସହ ଦଳ ବର୍ଡର ଗାଭାସକର ଟ୍ରଫି ଉପରେ ମଧ୍ୟ କବଜା କରିଛି । କଙ୍ଗାରୁ ଟିମକୁ ପରାସ୍ତ କରିବା ପରେ ଗୁରୁବାର ଭାରତୀୟ ଦଳ ସ୍ୱଦେଶ ଫେରିବ । ଦୁବାଇ ରାସ୍ତାରେ ଭାରତ ଫେରିବେ ଦଳର ସମସ୍ତ ସଦସ୍ୟ ।

ଭାରତୀୟ ଦଳ ସକାଳ ୮ଟା ୨୦ରେ ଚେନ୍ନାଇରେ ପହଁଚିବେ। ଦଳର ସଦସ୍ୟମାନେ ଗତ ୨ ମାସରୁ ଅଧିକ ସମୟ ଅଷ୍ଟ୍ରେଲିଆରେ ବିତାଇବା ସହ ସିରିଜ ଖେଳିଥିଲେ । ଟିମ୍ ଇଣ୍ଡିଆ ଗତ ନଭେମ୍ବର ୧୨ରେ ଅଷ୍ଟ୍ରେଲିଆରେ ପହଁଚିଥିଲା । ଦଳ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଖେଳିଥିଲା ।

ଅଷ୍ଟ୍ରେଲିଆରେ ପହଁଚିବା ପରେ ଭାରତୀୟ ଖେଳାଳିଙ୍କୁ ୧୫ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ହୋଇଥିା । କ୍ୱାରେଣ୍ଟାଇନ ବେଳେ ବି ଖେଳାଳିଙ୍କୁ ଅଭ୍ୟାସ କରିବାକୁ ଅନୁମତି ମିଳିଥିଲା । ଦିନିକିଆ ଓ ଟି୨୦ ସିରିଜ ପରେ ଟେଷ୍ଟ ସିରିଜ ଖେଳାଯାଇଥିଲା ।

ଭାରତୀୟ ଦଳ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆ କ୍ଲିନ୍ ସ୍ୱିପ୍ କରିବ ବୋଲି ସମସ୍ତେ ଅନୁମାନ କରୁଥିଲେ । କିନ୍ତୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ଦ୍ୱିତୀୟ ମ୍ୟାଚ୍ ଜିତିବା ସହ ତୃତୀୟ ମ୍ୟାଚ୍ ଦଳ ଡ୍ର ରଖିଥିଲା । ଏହାସହ ଚତୁର୍ଥ ମ୍ୟାଚ୍ ଜିତି ଇତିହାସ ରଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.