ବାଉନ୍ସିଂ ପିଚ୍‌ ପାଇଁ ଭାରତୀୟ ଦଳର ସ୍ୱତନ୍ତ୍ର ରଣନୀତି, ଟେନିସ୍ ବଲ୍ ଓ ରାକେଟରେ ଅଭ୍ୟାସ କରୁଛନ୍ତି ଖେଳାଳି

Published By : Prameya-News7 Bureau | November 17, 2020 IST

ସିଡନୀ,୧୭|୧୧: ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପିଚରେ ବାଉନସର ବଲକୁ ନେଇ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି । ଦଳର ଖେଳାଳି ଏକ ଖାସ୍ ପ୍ଲାନ୍ ଆପଣାଇଛନ୍ତି । ବିସିସିଆଇ ସୋମବାର ଏକ ଭିଡିଓ ଜାରି କରି ଟ୍ୱିଟରରେ ପୋଷ୍ଟ କରିଛି । ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନୀ ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ଟେନିସ୍ ବଲରେ ବୋଲିଂ କରୁଛନ୍ତି । ରାହୁଲ ମଧ୍ୟ ଏହି ବାଉନ୍ସର ବଲକୁ ଅଭ୍ୟାସ କରୁଛନ୍ତି ।

{"id":362940,"sizeSlug":"large"}

ରାହୁଲ ନିଜ ଶରୀରକୁ ଆସୁଥିବା ବଲକୁ ପୁଲ୍ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି । ବିସିସିଆଇ ଟ୍ୱିଟ୍ କରି ଲେଖିଛି ଯେ, ଏହା ହେଉଛି ସ୍ୱତନ୍ତ୍ର ପ୍ଲାନ୍ ।

wp:html /wp:html

ଅଷ୍ଟ୍ରେଲିଆ ଗସ୍ତରେ ପିଚରେ ଅତିରିକ୍ତ ବାଉନ୍ସ ଓ ଦ୍ରୁତ ବୋଲିଂ ଭାରତୀୟ ବ୍ୟାଟସମ୍ୟାନଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହାପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ଟେନିସ୍ ବଲ୍ ଓ ରାକେଟରେ ଅଭ୍ୟାସ କରୁଛି ।

{"id":362941,"sizeSlug":"large"}

ଭାରତୀୟ ଟିମ୍ ୟୁଏଇକୁ ସିଧା ଅଷ୍ଟ୍ରେଲିଆରେ ପହଁଚିଛି । ୟୁଏଇର ଧିମା ପିଚରେ ଦଳ ଆଇପିଏଲ ଖେଳିଥିଲା । ତେଣୁ ଅଷ୍ଟ୍ରେଲିଆ ପିଚକୁ ବୁଝିବା ପାଇଁ ଭାରତୀୟ ଦଳ ପାଖରେ ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ କମ୍ ସୁଯୋଗ ରହିଛି ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନୋଟି ଦିନିକିଆ, ତିନୋଟି ଟି୨୦ ଓ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବ । ଏହି ସିରିଜ୍ ନଭେମ୍ବର ୨୭ରୁ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.