ଟିମ୍ ଇଣ୍ଡିଆ କିଟ୍ ପ୍ରାୟୋଜକ ହେବ କିଏ ? ରେସ୍‌ରେ ସବୁଠୁ ଆଗରେ ପ୍ୟୁମା, ଆଡିଡାସ ଏବଂ ନାଇକି ଡାକିପାରନ୍ତି ଟେଣ୍ଡର

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ, ୦୮|୦୮:  ଚଳିତ ଆଇପିଏଲରେ ମୁଖ୍ୟ ପ୍ରାୟୋଜକ ଭିଭୋ ହଟିବା ପରେ ବିସିସିଆଇ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି । ସେହିପରି ଭାରତୀୟ ଦଳର କିଟ୍ ପାଇଁ ମଧ୍ୟ ନୂଆ ପ୍ରାୟୋଜକ ଖୋଜା ପଡିଛି । ଅନେକ ବଡ ବଡ ବ୍ରାଣ୍ଡ୍ ଏଥିପାଇଁ ଉତ୍ସାହିତ ଅଛନ୍ତି । ଜର୍ମାନୀ ଖେଳ ସାମଗ୍ରୀ ଓ ଫୁଟ୍ ଉୟର୍ ନିର୍ମାତା ପ୍ୟୁମା ଭାରତୀୟ ଟିମର କିଟ୍ ପ୍ରାୟୋଜକ ରେସରେ ସବୁଠାରୁ ଆଗରେ ରହିଛି । ସେହିପରି ଆଡିଡାସ୍ ଓ ନାଇକ୍ ମଧ୍ୟ ରେସରେ ରହିଛନ୍ତି ।

ନାଇକି ପୁଣିଥିରେ ନିଲାମ ପ୍ରକ୍ରିୟାରେ ସାମିଲ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କମ୍ପାନୀ ବିସିସିଆଇର କମ୍ ଅର୍ଥରେ ନିଲାମ ପ୍ରକ୍ରିୟାକୁ ମନା କରିଦେଇଛି । ନାଇକି ୨୦୧୬ରୁ ୨୦୨୦ ଯାଏଁ ୪୦୦ କୋଟି ଟଙ୍କା ରୟାଲଟି ପ୍ରଦାନ କରିଥିଲା । ତେବେ ପ୍ୟୁମା ବିସିସିଆଇଠୁ ପ୍ରାୟୋଜକ ପ୍ରକ୍ରିୟାରେ ଭାଗ ନେବା ପାଇଁ ଫର୍ମ କିଣିଛି । ଏଥିପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛି ।

ସେହିପରି ଆଡିଡାସ୍ ମଧ୍ୟ ଏହି ରେସରେ ରହିଛି । ଦେଶରେ ପ୍ୟୁମାର ୩୫୦ରୁ ଅଧିକ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଓ ଆଡିଡାସର ୪୫୦ରୁ ଅଧିକ ଆଉଟଲେଟ୍ ରହିଛି ।

ଯଦି କୌଣସି ନୂଆ କମ୍ପାନୀ ୨୦୦ କୋଟିର ଟେଣ୍ଡର ପକାଇ ଅଧିକାର ହାସଲ କରେ ତେବେ ଚକିତ ହେବାର କୌଣସି କାରଣ ନାହିଁ . ଯାହା ନାଇକି ଦ୍ୱାରା ପ୍ରଦାନ କରାଯାଇଥିବା ଅର୍ଥଠୁ ବହୁତ କମ୍ ।

ଗତ କିଛିଦିନ ଧରି ଭାରତୀୟ ବଜାରରେ ପ୍ୟୁମାର ଦବଦବା ବୃଦ୍ଧି ପାଇଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତଥା ଷ୍ଟାର ବ୍ୟାଟସମ୍ୟାନ କେଏଲ ରାହୁଲ ଏହାର ବ୍ରାଣ୍ଡ୍ ଆମ୍ବାସାଡର୍ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.