ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ୍: ନୂଆ ରଙ୍ଗରେ ନଜର ଆସିଲେ କୋହଲି-ରୋହିତ

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩/୧୦ : ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ହୋଇଛି। ବିସିସିଆଇ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି। ଫଟୋ ସେୟାର କରି ବିସିସିଆଇ ଲେଖିଛି, 'ବିଲିୟନ ଚିୟର୍ସ ଜର୍ସି ! ଜର୍ସିର ପାଟର୍ନ ଟିମ ଇଣ୍ଡିଆ ପ୍ରଶଂସକଙ୍କ ଦ୍ୱାରା ପ୍ରେରିତ। ଏହି ଜର୍ସିର ରଙ୍ଗ ଗାଢ଼ ନୀଳ।'

ବିସିସିଆଇ ଟ୍ୱିଟରରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହଙ୍କ ଫଟୋ ସେୟାର କରି ଲେଖିଛି, ଜର୍ସି ପାଟର୍ନ ପ୍ରଶଂସକଙ୍କ କୋଟି କୋଟି ଚିୟର୍ସରୁ ପ୍ରେରିତ। ଏହି ଟି-୨୦ ବିଶ୍ୱକପ ସଂଯୁକ୍ତ ଆରବ ଇମିରେଟ୍ସ ଓ ଓମାନରେ ଅକ୍ଟୋବର ୧୭ ତାରିଖରୁ ଖେଳାଯିବ।

wp:embed {"url":"https://twitter.com/BCCI/status/1448204361516126215","type":"rich","providerNameSlug":"twitter","responsive":true}
https://twitter.com/BCCI/status/1448204361516126215
/wp:embed

ଟିମ ଇଣ୍ଡିଆର ନୂଆ ଜର୍ସିର ରଙ୍ଗ ପୁରୁଣା ଭଳି। କିନ୍ତୁ ଡିଜାଇନ ଟିକେ ଅଲଗା। ନୂଆ ଜର୍ସି ମଝିରେ ହାଲୁକା ନୀଳ ରଙ୍ଗର ପଟା ଦିଆଯାଇଛି। ପୁରୁଣା ଜର୍ସିରେ କାନ୍ଧରେ ବିଭିନ୍ନ ରଙ୍ଗ ମିଶାଇ ଏକ ଡିଜାଇନ କରାଯାଇଥିଲା। କିନ୍ତୁ ଏଥର ସେମିତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.