Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘ଦଳରେ ଧୋନୀଙ୍କ ଆବଶ୍ୟକତା ରହିଛି’, ମାହିଙ୍କ ପାଇଁ ବାହାରିଲେ ଏହି ଅଲରାଉଣ୍ଡର୍

31/03/2020 at 10:51 AM

ନୂଆଦିଲ୍ଲୀ, ୩୧|୦୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ବିଶ୍ୱକପ ସେମିଫାଇନାଲରୁ ପଡିଆ ବାହାରେ ରହୁଛନ୍ତି । ସେ କୌଣସି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ ଖେଳୁନାହାଁନ୍ତି । ଏପରିକି ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ବରିଷ୍ଠ ଖେଳାଳି ଧୋନୀ ଅବସର ନେଇଯିବା ଉଚିତ ବୋଲି ମଧ୍ୟ କହିଛନ୍ତି । ତେବେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି ।

ଇରଫାନ କହିଛନ୍ତି ଯେ, ଧୋନୀ ଖେଳିବା ଆବଶ୍ୟକ । ସେ ଭାରତ ପାଇଁ ଖେଳିବା ଉଚିତ । ସେ ଭାରତର ଜଣେ ଭଲ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ସେ ବିଶ୍ୱ କ୍ରିକେଟକୁ ଅନେକ କିଛି ଦେଇଛନ୍ତି । ଧୋନୀ ଦଳରେ ସାମିଲ ହେଲେ ଲୋକେଶ ରାହୁଲ ଓ ଋଷଭ ପନ୍ତଙ୍କ ଉପରେ କଣ ପ୍ରଭାବ ପଡିବ ତାହାର ଉତ୍ତର ବୋର୍ଡ ଦେବ ବୋଲି ଏହି ଅଲରାଉଣ୍ଡରଜଣଙ୍କ କହିଛନ୍ତି ।

ନିକଟରେ ପ୍ରଖ୍ୟାତ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ କହିଥିଲେ ଯେ, ଧୋନୀଙ୍କ ସମୟ ସରିଯାଇଛି । ସେ ଟି୨୦ ବିଶ୍ୱକପ ଖେଳିବା ସମ୍ଭାବନା କମ ରହିଛି ।

   Related Posts