ଟିମ୍ ଇଣ୍ଡିଆ ଲାଗି ଖୁସିଖବର, ୱେଷ୍ଟଇଣ୍ଡିଜ୍ ବିରୋଧରେ ଟିମକୁ ଫେରିପାରନ୍ତି ଏହି ୩ ଖେଳାଳି
26/06/2019 at 5:11 PM

ୱାର୍ଲଡକପ୍ ୨୦୧୯ ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଏବେ ୯ ଅଙ୍କ ସହ ତୃତୀୟ ସ୍ଥାନରେ ପହଞ୍ଚିଛି। ଗତ ମ୍ୟାଚ୍ ରେ ଆଫଗାନିସ୍ତାନକୁ ଭାରତ ୧୧ ରନରେ ପରାସ୍ତ କରିଥିବା ବେଳେ ଆଗାମୀ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ଭେଟିବ। ସେହିପରି ଗତ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡଠାରୁ ୫ ରନରେ ପରାସ୍ତ ହୋଇଛି ୱେଷ୍ଟଇଣ୍ଡିଜ। ଏଣୁ ଜୁନ ୨୭ରେ ହେବାକୁ ଥିବା ୱାର୍ଲଡ କପର ୩୪ ତମ ମ୍ୟାଚ୍ ବେଶ ସଂଘର୍ଷପୁର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଉଭୟ ଟିମରେ ଏବେ ବ୍ୟାପକ ପରିବର୍ତ୍ତନର ସୂଚନା ମିଳିଥିବା ବେଳେ ଆସନ୍ତୁ ନଜର ପକାଇବା ଟିମ୍ ଇଣ୍ଡିଆ ଏକାଦଶଙ୍କ ଉପରେ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ବଡଧରଣର ପରିବର୍ତ୍ତନ ହେଉଥିବା ଅନୁମାନ କରାଯାଉଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିମରେ ୩ ଜଣ ଦିଗ୍ଗଜ ଖେଳାଳିଙ୍କୁ ସ୍ଥାନମିଳିବାକୁ ଥିବା ବେଳେ ଖେଳୁଥିବା ୩ ଜଣଙ୍କୁ ଟିମ୍ ରୁ ବାଦ ଦିଆଯାଇପାରେ। ଏଥିରେ ବିଜୟ ଶଙ୍କର, କେଦାର ଯାଦବ ଓକୁଲଦୀପ ଯାଦବଙ୍କୁ ୨୭ ଜୁନ ମ୍ୟାଚ୍ ଦେଖାଯାଇ ନପାରେ । ଏମାନଙ୍କ ବଦଳରେ ହୁଏତ ଟିମରେ ଦିନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ସାମିଲ ହେବେ। ପୂର୍ବରୁ ଋଷଭଙ୍କ ଟିମରେ ସାମିଲ ନେଇ ଘୋଷଣା ହୋଇ ସାରିଥିବା ବେଳେ ଏବେ ଦିନେଶ ଓ ରବିନ୍ଦ୍ରଙ୍କ ନାମ ଘୋଷଣା କରାଯାଇପାରେ।

ଗତ ମ୍ୟାଚ୍ ମାନଙ୍କରେ ବିଜୟ ଶଙ୍କରଙ୍କ ପ୍ରଦର୍ଶନ ଏତେଟା ଭଲ ନାହିଁ। ସେ ବିଶ୍ୱକପ୍ ରେ ୨ଟି ମ୍ୟାଚ୍ ଖେଳିଛନ୍ତି । ହେଲେ କେଉଁଟିରେ ବି ସନ୍ତୋଷଜନକ ପ୍ରଦର୍ଶନ କରି ନାହାନ୍ତି। ଏଣୁ ଆଗାମୀ ମ୍ୟାଚ୍ ମାନଙ୍କରେ ତାଙ୍କୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ଏବେ କେଦାର ଓ କୁଲଦୀପଙ୍କୁ ବଦଳାଇ ଦେବାକୁ ଟିମ ନିଷ୍ପତ୍ତି ନେଇପାରେ। କୁଲଦୀପ ବିଶ୍ୱକପରେ ୪ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିବା ବେଳେ ତାଙ୍କୁ ମିଳିଛି ମାତ୍ର ୩ଟି ୱିକେଟ୍ । ଏଥିରେ ଟିମକୁ ରବିନ୍ଦ୍ର ଜାଡେଜା ଓ ଦିନେଶ କର୍ତ୍ତିକଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ପ୍ରତ୍ୟାବର୍ତନ ନେଇ ଅଙ୍କ କଷା ଯାଉଛି। ତେବେ ୱିକେଟ୍ କିପର ଓ ବ୍ୟାଟସମ୍ଯାନ ଭାବେ ଋଷଭଙ୍କ ଉପରେ ବେଶ ଭରସା କରାଯାଉଛି। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ଖେଳାଳି ଘୋଷଣା ପରେ ହିଁ ଜଣାପଡିବ କିଏ ରହିଲେ ଆଉ କିଏ ଗଲେ।