'ଫ୍ଲାଇଂ ଶିଖ୍' ମିଲଖା ସିଂହଙ୍କୁ ଗଭୀର ଶ୍ରଦ୍ଧାଜ୍ଞଳି ଜଣାଇଲା ଭାରତୀୟ କ୍ରିକେଟ ଟିମ, ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ କଳା ବ୍ୟାଚ୍ ପିନ୍ଧି ପଡିଆକୁ ଓଲ୍ଲାଇଲା ଭାରତ

Published By : Prameya-News7 Bureau | June 19, 2021 IST

ସାଉଥଆମ୍ପଟନ ୧୯/ ୦୬ : ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଆରମ୍ଭ ହୋଇସାରିଛି । ଫାଇନାଲ ମ୍ୟାଚରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓଲ୍ଲାଇଛି ଟିମ ଇଣ୍ଡିଆ । ମହାନ ଧାବକ ମିଲଖା ସିଂହଙ୍କ ଦେହାନ୍ତରେ ମର୍ମାହତ ହୋଇଛି ଭାରତୀୟ କ୍ରିକେଟ ଦଳ । ସ୍ତବ୍ଧ ହୋଇଯାଇଛି ଭାରତୀୟ କ୍ରୀଡା ଜଗତ । ମିଲଖା ସିଂହଙ୍କୁ ଶ୍ରଦ୍ଧାଜ୍ଞଳି ଦେବା ଉଦ୍ଦେଶ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓଲ୍ଲାଇଛି ଭାରତୀୟ କ୍ରିକେଟ ଟିମ । ଶୁକ୍ରବାର ସକାଳେ ୯୧ ବର୍ଷ ବୟସରେ ମିଲଖା ସିଂହଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ନିଧନରେ ଖେଳ ଜଗତ ଶୋକରେ ଡୁବି ଯାଇଛି । ତେବେ ଟିମ ଇଣ୍ଡିଆ ମିଲଖା ସିଂହଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।

ପ୍ରଥମ ଦିନ ମ୍ୟାଚ୍‌ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ଦ୍ବିତୀୟ ଦିନ ଖେଳ ସ୍ବାଭାବିକ ହୋଇଛି । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥେମ ବ୍ୟାଟିଂ କରୁଛି ଟିମ ଇଣ୍ଡିଆ । ପ୍ରଥମ ସେସନ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ଭାରତ ସଂଗ୍ରହ କରିଛି ୬୯ ରନ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନାହାନ୍ତି । ରୋହିତ ୩୪ ରନ ଏବଂ ଶୁଭମାନ ଗିଲ ୨୮ ରନ କରି ଆଉଟ ହୋଇଛନ୍ତି । ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ୬ ରନ ଏବଂ ଚେତେଶ୍ବର ପୁଜାରା ୦ ରନ କରି ବ୍ୟାଟିଂ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.