Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଧୋନୀଙ୍କ ବିନା ICC ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ହାତ ଖାଲି, ପଛରେ ରହିଗଲେ ବିରାଟ କୋହଲି

27/06/2021 at 6:53 PM

ନୂଆଦିଲ୍ଲୀ ୨୭।୦୬: ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ର ପ୍ରଥମ ସଂସ୍କରଣ ସମାପ୍ତ ହୋଇ ସାରିଛି। ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ପରାଜୟରେ ହତାଶ ଭାରତୀୟ ଖେଳାଳି ହୋଇପାରେ ନିଜର ପରବର୍ତ୍ତୀ ମିଶନର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି, ହେଲେ ପ୍ରଶଂସକ ଏ ପର୍ଯ୍ୟନ୍ତ ଏହି ପରାଜୟର ଦୁଃଖରୁ ବାହରି ପାରି ନାହାନ୍ତି।

କୋହଲିଙ୍କ ଭାରତୀୟ ଦଳକୁ ଚୋକର୍ସର ଟ୍ୟାଗ୍ ମଧ୍ୟ ଦେଇ ଦିଆଯାଇଛି। କୁହାଯାଉଛି ଯେ, ବିରାଟ କୋହଲି ବଡ ଟୁର୍ଣ୍ଣାମେଣ୍ଟର ଖେଳାଳି ନୁହନ୍ତି। ଫାଇନାଲ୍‌ ମୁକାବିଲାରେ ନା ତାଙ୍କ ବ୍ୟାଟ୍ ଚାଲିଲା ଏବଂ ନା ସେ ନିଜର ଅଧିନାୟକତ୍ଵରେ କାହାକୁ ପ୍ରଭାବିତ କରି ପାରିଲେ। ତେଣୁ ପ୍ରଶଂସକ ମଝିରେ ମଝିରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ମନେ ପକାଉଛନ୍ତି। ସେମିତିରେ ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଚମତ୍କାର ରହିଛି।

ଧୋନୀଙ୍କ ନେତୃତ୍ଵରେ ଆଇସିସି ଟୁର୍ଣ୍ଣାମେଣ୍ଟ

୨୦୦୭ରେ ଟି-୨୦ ବିଶ୍ଵ କପର ପ୍ରଥମ ସଂସ୍କରଣ ଆୟୋଜନ ହୋଇଥିଲା। ଅନୁଭବୀ ଖେଳାଳିଙ୍କୁ ଅଣଦେଖା କରାଯାଇ ଧୋନୀଙ୍କୁ ଦଳର ଅଧିନାୟକ କରାଗଲା। ଅଣ୍ଡରଡଗ୍ କୁହାଯାଉଥିବା ଭାରତୀୟ ଦଳ ଫାଇନାଲ୍ ମ୍ୟାଚ୍‌ରେ ପାକିସ୍ତାନକୁ ଧରାଶାୟୀ କରିଥିଲା। ଏଥିରେ ଧୋନୀ ନିଜ ନେତୃତ୍ଵ ଦକ୍ଷତାର ପରିପ୍ରକାଶ କରିଥିଲେ। ପୁଣି ୨୦୧୧ ବିଶ୍ଵ କପ୍ ଭାରତୀୟ ଉପ ମହାଦ୍ଵୀପରେ ଆୟୋଜିତ ହୋଇଥିଲା। ଏଥିରେ ମଧ୍ୟ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୮ ବର୍ଷ ପରେ ବିଶ୍ଵ ଚାମ୍ପିଅନ ହୋଇଥିଲା। ଦୁଇ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇଥିଲା। ପୁଣି ଫାଇନାଲ୍ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡକୁ ମାତ୍ ଦେଇ ଧୋନୀ ସେନା କମାଲ କରିଥିଲେ। ଭାରତ ପ୍ରତି ଥର ବଡ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଚାଲିଥିଲା। ମାତ୍ର ୨୦୧୪ ବିଶ୍ଵ କପ୍ ଟି-୨୦ ଫାଇନାଲ୍‌ରେ ଦଳକୁ ଶ୍ରୀଲଙ୍କା ହାତରୁ ପରାଜୟ ମିଳିଥିଲା।

ମାହିଙ୍କ ଅଧିନାୟକତ୍ଵରେ ପରାଜୟ

୨୦୦୯ ବିଶ୍ଵ ଟି-୨୦ରେ ଭାରତ ସୁପର ୮ର ତିନି ମ୍ୟାଚ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା। ପୁଣି ୨୦୧୦ ଟି-୨୦ ବିଶ୍ଵ କପରେ ମଧ୍ୟ ଦଳର ସମାନ ଅବସ୍ଥା ଥିଲା। ୨୦୧୨ ଟି-୨୦ ବିଶ୍ଵ କପ୍‌ରେ ସୁପର-୮ରୁ ଦଳ ବାଦ୍ ପଡିଥିଲା। ୨୦୧୫ ଦିନିକିଆ ବିଶ୍ଵ କପ୍‌ରେ ଅଷ୍ଟ୍ରେଲିଆ ହାତରୁ ସେମି ଫାଇନାଲ୍‌ରେ ପରାଜିତ ହୋଇଥିଲା। ପୁଣି ୨୦୧୬ ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜଠୁ ହାରିଥିଲା।

ବିରାଟଙ୍କ ନେତୃତ୍ଵରେ

ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ହାତରୁ ପରାଜିତ ହୋଇଥିଲା। ଏହା ପରେ ୨୦୧୯ ବିଶ୍ଵ କପ୍ ସେମି ଫାଇନାଲ୍‌ରେ ଦଳ ନ୍ୟୁଜିଲାଣ୍ଡ ହାତରୁ ପରାଜିତ ହୋଇ ଟୁର୍ଣ୍ଣାମଣ୍ଟରୁ ବାଦ୍ ପଡିଥିଲା। ଏହା ପରେ ନିକଟର ସଂପନ୍ନ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ପୁଣି ଥରେ କିଓ୍ଵି ଦଳ ହାତରୁ ପରାଜୟର ମୁହଁ ଦେଖିବାକୁ ପଡିଛି।

   Related Posts