ଦୁବାଇରୁ ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିଲା ଟିମ୍‌ ଇଣ୍ଡିଆ, ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

Published By : Prameya-News7 Bureau | November 11, 2020 IST

ଦୁବାଇ ୧୧/୧୧: ଆଇପିଏଲ୍‌ -୨୦୨୦ ସମାପ୍ତ ପରେ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ବୁଧବାର ବିରାଟ ବାହିନୀ ଅଷ୍ଟ୍ରେଲିଆ ବାହାରିଥିବା ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ବାହାରିଥିବା ସମସ୍ତ ପ୍ଲେୟର ଓ କୋଚ୍‌ ରବି ଶାସ୍ତ୍ରୀ ସେଫ୍ଟି କିଟ୍‌ ପରିଧାନ କରିଥିବା ନଜର ଆସିଛନ୍ତି। ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ଲେଖାଯାଇଛି, ‘ ଟିମ୍‌ ଇଣ୍ଡିଆ ବ୍ୟାକ୍‌।’

ଅଷ୍ଟେ୍ରଲିଆରେ ୩ଟି ଓ୍ବାନ‌ଡେ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏଥିପାଇଁ ୩୦ ଜଣ ପ୍ଲେୟର ଦୁବାଇରୁ ଉଡ଼ାଣ ଭରିଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସମସ୍ତେ ୧୪ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବେ। ନଭେମ୍ବର ୨୭ରୁ ସିଡନୀରେ ଆରମ୍ଭ ହେବ ଓଡିଆଇ ସିରିଜ୍‌।

wp:core-embed/twitter {"url":"https://twitter.com/BCCI/status/1326547699131273222","type":"rich","providerNameSlug":"twitter","className":""}
https://twitter.com/BCCI/status/1326547699131273222
/wp:core-embed/twitter

ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆ ଶୃଙ୍ଖଳା

୨୦୨୦ ନଭେମ୍ଵର ୨୭- ପ୍ରଥମ ଦିନିକିଆ, ସିଡନୀ

୨୦୨୦ ନଭେମ୍ବର ୨୯- ଦ୍ଵିତୀୟ ଦିନିକିଆ, ସିଡନୀ

୨୦୨୦ ଡିସେମ୍ବର ୨- ତୃତୀୟ ଦିନିକିଆ, କାନବେରା

ଅଷ୍ଟ୍ରେଲିଆ ବନାମ ଭାରତ ଟି୨୦ଶୃଙ୍ଖଳା

୨୦୨୦ ଡିସେମ୍ବର ୪- ପ୍ରଥମ ଟି-୨୦ ମ୍ୟାଚ୍‌, କାନବେରା

୨୦୨୦ ଡିସେମ୍ବର ୬- ଦ୍ଵିତୀୟ ଟି-୨୦, ସିଡନୀ

୨୦୨୦ ଡିସେମ୍ବର ୮- ତୃତୀୟ ଟି-୨୦, ସିଡନୀ

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ସ୍କ୍ବାର୍ଡ
ଆରୋନ ଫିଞ୍ଚ(କ୍ୟାପ୍‌ଟେନ୍‌), ସିନ୍‌ ଆବୋଟ୍‌, ଆଷ୍ଟନ୍‌ ଅଗର, ଆଲେକ୍ସ କ୍ୟାରି, ପାଟ କୁମିନ୍ସ, କ୍ୟାମେରନ୍‌ ଗ୍ରୀନ୍‌, ଜୋସ୍‌ ହ୍ୟାଜେଲଉଡ୍‌, ମୋଇସେସ୍‌ ହେନ୍‌ରିକ୍ସ, ମାରନୁସ୍‌ ଲାବୁସଚେଞ୍ଜ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌, ଡାନିଏଲ୍‌ ସାମ୍ସ, କେନ୍‌ ରିଚାର୍ଡସନ୍‌, ଷ୍ଟିଭ୍‌ ସ୍ମିଥ, ମିଚେଲ୍‌ ଷ୍ଟାର୍କ, ମାର୍କସ୍‌ ​‌ଷ୍ଟୋନିସ୍‌, ମାଥ୍ୟୁ ଓ୍ବାଡେ, ଡେଭିଡ୍‌ ଓ୍ବାର୍ଣ୍ଣର, ଆଦାମ ଜାମ୍ପା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.