ଅଷ୍ଟ୍ରେଲିଆରେ ଜୋରଦାର୍ ଅଭ୍ୟାସ କରୁଛି ଭାରତୀୟ ଟିମ୍, ଫଟୋ ସେୟାର କଲା ବିସିସିଆଇ

Published By : Prameya-News7 Bureau | November 15, 2020 IST

ସିଡନୀ, ୧୫।୧୧:   ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ପହଁଚି ଅଭ୍ୟାସ ଆରମ୍ଭ କରିଦେଲାଣି । ଦଳ ଗୁରୁବାର ସିଡନୀରେ ପହଁଚିଥିଲା । ଶୁକ୍ରବାର ଦଳର ସଦସ୍ୟ ଅଲମ୍ପିକ୍ ପାର୍କ ହୋଟେଲରେ ରହିଥିଲେ । ଦଳର ସମସ୍ତ ସଦସ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି । ନ୍ୟୁ ସାଉଥ୍ ଓ୍ୱେଲସ୍ ସରକାର ଦଳକୁ କ୍ୱାରେଣ୍ଟାଇନରେ ରହିବା ସହ ଟ୍ରେନିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।  ଭାରତୀୟ ଦଳର ଖେଳାଳି ଶନିବାର ଜିମ୍ ଓ ରନିଂ କରିଥିଲେ ।

{"id":361977,"sizeSlug":"large"}

ବିସିସିଆଇ ନିଜ ଟ୍ୱିଟରରେ ଋଷଭ ପନ୍ତଙ୍କ ଏକ ଫଟୋ ସେୟାର କରିଛି । ଏଥିରେ ପନ୍ତ ସାଇକେଲିଂ କରୁଥିବା ନଜର ଆସିଛନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଟି ନଟରାଜନ ଡବଲ୍ସ କରୁଥିବା ସୂଚନା ମିଳିଛି । ଚେତେଶ୍ୱର ପୂଜାରା ମଧ୍ୟ ଜିମରେ ସମୟ କାଟୁଥିବା ଦେଖିବାକୁ ମିଳିଛି ।

ବିସିସିଆଇ ଟ୍ୱିଟ୍ କରି ଲେଖିଛି ଯେ, ବିମାନରୁ ଓହ୍ଲାଇବାର ଗୋଟିଏ ଦିନ ପରେ ଭାରତୀୟ ଦଳ ପ୍ରଥମ ଥର ଅଭ୍ୟାସ କରିଛି । ପିଟ୍ ରହିବା ପାଇଁ ରନିଂ କରିଛନ୍ତି ଖେଳାଳି । ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ କୂଳଦୀପ ଯାଦବଙ୍କ ସହ ଅଭ୍ୟାସ ସମୟର ଫଟୋ ସେୟାର କରିଛନ୍ତି ।

{"id":361978,"sizeSlug":"large"}

ଚହଲ୍ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଜାତୀୟ ଦଳକୁ ଫେରିଛନ୍ତି । ଚହଲ ଟି୨୦ ଓ ଦିନିକିଆ ଦଳରେ ଖେଳିବେ । ସେହିପରି କୂଳଦୀପଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି ।

{"id":361979,"sizeSlug":"large"}

ସୂଚନାଯୋଗ୍ୟ, ଭାରତୀୟ ଦଳ ୬୯ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଏଠାରେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ ଓ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.