ଟୋକିଓ ଅଲିମ୍ପିକ୍ସ-୨୦୨୦ : କ୍ୱାର୍ଟର ଫାଇନାଲରେ ଭାରତୀୟ ହକି ଟିମ୍, ଆର୍ଜେଣ୍ଟିନାକୁ ୩-୧ରେ ଦେଲା ମାତ୍

Published By : Prameya-News7 Bureau | July 29, 2021 IST

ଟୋକିଓ, ୨୯/୦୭ : ଭାରତୀୟ ପୁରୁଷ ହକି ଟିମ୍ ଅଲିମ୍ପିକ୍ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି । ଦଳ ନିଜର ଚତୁର୍ଥ ମୁକାବିଲାରେ ରିଓ ୨୦୧୬ରେ ସ୍ୱର୍ଣ୍ଣ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ରେ ମାତ୍ ଦେଇଛି । ଭାରତର ଏହା ଚାରୋଟି ମ୍ୟାଚରୁ ତୃତୀୟ ବିଜୟ ଅଟେ । ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍ପେନକୁ ହରାଇତିଲା । କେବଳ ଭାରତ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଦଳ ଗ୍ରୁପ୍-ଏର ଶେଷ ମୁକାବିଲା ଜୁଲାଇ ୩୦ରେ ଜାପାନ ବିପକ୍ଷରେ ଖେଳିବ ।

ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରେ ଉଭୟ ଦଳ ଭଲ ଆରମ୍ଭ କରିଥିଲେ । ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲ୍ କରିପାରି ନଥିଲେ । ହାଫ୍ ଟାଇମ୍ ଯାଏଁ ସ୍କୋର ୦-୦ ଥିଲା । ତେବେ ୪୩ ମିନିଟରେ ବରୁଣ କୁମାର ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ ।

ଆର୍ଜେଣ୍ଟିନା ଚତୁର୍ଥ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲା । ୪୮ ତମ  ମିନିଟରେ ମ୍ୟାକୋ ସ୍କୁଥ୍ ଗୋଲ୍ କରି ୧-୧ରେ ବରାବର କରିଥିଲେ । ସେହିପରି ୫୮ ମିନିଟରେ ଭାରତର ବିବେକ କୁମାର ଆଉ ଏକ ଗୋଲ କରି ୨-୧ରେ ଆଗୁଆ ରଖିଥିଲେ । ସେହିପରି ୫୯ ମିନିଟରେ ହରମନପ୍ରିତ ସିଂ କର୍ଣ୍ଣରରେ ଗୋଲ୍ କରି ଦଳକୁ ୩-୧ରେ ଆଗୁଆ ରଖିଥିଲେ । ଭାରତକୁ ୮ଟି କର୍ଣ୍ଣର ମିଳିଥିବା ବେଳେ ଦଳ ୨ଟି ଗୋଲ୍ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.