Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କଳିଙ୍ଗରେ କମାଲ୍ ଟିମ୍ ଇଣ୍ଡିଆ: ୫-୨ ଗୋଲରେ ବିଜୟ

18/01/2020 at 9:00 PM

ଭୁବନେଶ୍ବର୧୮/୧: କଳିଙ୍ଗରେ କମାଲ କଲା ଟିମ ଇଣ୍ଡିଆ। ନେଦରଲ୍ୟାଣ୍ଡ ବିପକ୍ଷରେ ୫-୨ ଗୋଲରେ ଟିମ ଇଣ୍ଡିଆର ବିଜୟ। ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ବଡ଼ ବ୍ୟବଧାନରେ ହରାଇ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତ ବିଶ୍ବକପ ପରେ ନେଦରଲ୍ୟାଣ୍ଡ ଠାରୁ ହାରି ବିଶ୍ବକପରୁ ବାହାର ହୋଇଯାଇଥିଲା ଆୟୋଜକ ଇଣ୍ଡିଆ । ତାହାର ଆଜି ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ ।

 ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା fih ପ୍ରୋ ଲିଗର ଏହି ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡକୁ ୫-୨ ଗୋଲରେ ପରାସ୍ତ କରିଛି । ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା । ମ୍ୟାଚ ଆରମ୍ଭର ମାତ୍ର୧୩ ସେକେଣ୍ଡରେ ଭାରତ ପ୍ରଥମ ଗୋଲ ଦେଇଥିଲା। ମନ୍ଦିପ ସିଂହ ଏହି ଗୋଲ ସ୍କୋର କରିଥିଲେ।

ଏହାପରେ ନେଦରଲ୍ୟାଣ୍ଡ ଖେଳାଳିଙ୍କୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲେ ଭାରତୀୟ ଖେଳାଳି । ଆସନ୍ତା କାଲି ପୁଣି ଏଠାରେ ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । 

   Related Posts