Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏହି ୪ଟି ଜିନିଷ ଉପରେ ଗୁରୁତ୍ବ ନଦେବାରୁ ସେମିଫାଇନାଲ ମ୍ୟାଚ ହାରିଲା ଟିମ ଇଣ୍ଡିଆ…

18/07/2019 at 2:56 PM

ନୂଆଦିଲ୍ଲୀ୧୮|୭:  ଟିମ ଇଣ୍ଡିଆ ବିଶ୍ବକପର ସେମିଫାଇନାଲ ମ୍ୟାଚ ହାରିବା ପରେ ଟିମର ଦୋଷ, ତୃଟିକୁ ପର୍ଦ୍ଦାଫାଶ କରିବାରେ ଲାଗିଛନ୍ତି କ୍ରିକେଟପ୍ରେମୀ ଓ କ୍ରିକେଟ ସମୀକ୍ଷକ । ଟିମ ଇଣ୍ଡିଆ ୪ଟି କଥା ଉପରେ ଗୁରୁତ୍ବ ଦେଇଥିଲେ। ହୁଏତ ଭାରତୀୟ ଟିମ ବିଶ୍ବକପ ହାସଲ କରିପାରିଥାନ୍ତା ବୋଲି କ୍ରିକେଟ ସମୀକ୍ଷକ କହିଛନ୍ତି।

୧- ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଦାଓ୍ବାନ ଆଘାତ ହେବାରୁ ତାଙ୍କ ବଦଳରେ ରିଶବ ପନ୍ତଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା। ସେହପରି ଟିମ ଇଣ୍ଡିଆର ଅଲ ରାଉଣ୍ଡର ବିଜୟ ଶଙ୍କରଙ୍କୁ ମଧ୍ୟ ଆଘାତ ଲାଗିଥିଲା। ତାଙ୍କ ବଳଦରେ ଅମ୍ବତି ରାୟୁଡିଙ୍କୁ ଟିମରେ ସ୍ଥାନ ମିଳିନଥିଲା ବରଂ ତାଙ୍କୁ ଟିମରୁ ବାଦ ଦିଆଯାଇଥିଲା। ବିଶ୍ବକପରେ ବଳକା ଖେଳାଳୀଙ୍କ ନାଁ ତାଲିକାରେ ଅମ୍ବିତଙ୍କ ନାଥିବା ସତ୍ବେ ତାଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇ ନଥିଲା। ବିଶ୍ବକପରେ ତାଙ୍କୁ ଖେଳିବାକୁ ସୁଯୋଗ ନମିଳିବାରୁ ଅମ୍ବିତ କ୍ରିକେଟ ଖେଳରୁ ସନ୍ୟାସ ନେଇଯାଇଥିଲେ।

୨- ଟିମ ଇଣ୍ଡିଆର ବ୍ୟାଟିଂ ଡାଉନ ଚୟନ ପ୍ରକ୍ରିୟା ଭୁଲ ଥିଲା ଅର୍ଥାତ ୪ ନଂ ବ୍ୟାଟ୍ସମ୍ୟାନ ଭାବେ ହାର୍ଦ୍ଦିକ ପାଣ୍ଡିୟା, ମହେନ୍ଦ୍ର ସିଂହ ଧୋନି ଓ ବିଜୟ ଶଙ୍କର ମଧ୍ୟରୁ ୪ ନଂ କାହାକୁ ପଠାଇବେ ନିଷ୍ପତ୍ତି ନେଇପାରି ନଥିଲା ଟିମ ଇଣ୍ଡିଆ ବୋଲି କ୍ରିକେଟ ସମୀକ୍ଷା ମତ ଦେଇଛନ୍ତି। ୪ ନଂରେ ମହେନ୍ଦ୍ର ସିଂହଙ୍କୁ ପଠାଇବା ଉଚିତ ଥିଲା ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଛନ୍ତି।

୩- ମହମ୍ମଦ ସାମିଙ୍କୁ ବିଶ୍ବକପରେ ମୋଟ ୪ଟି ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା। ସାମି ଖେଳିଥିବା ମ୍ୟାଚରେ ମୋଟ ୧୪ଟି ଓ୍ବିକେଟ ଅକ୍ତିଆର କରିଥିଲେ। ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସାମିଙ୍କୁ ନଖେଳିଇବା ଟିମ ଇଣ୍ଡିଆର ବଡ଼ ଭୁଲ ନିଷ୍ପତ୍ତି ବୋଲି କ୍ରିକେଟପ୍ରେମୀ ଓ କ୍ରିକେଟ ସମୀକ୍ଷକ କହିଛନ୍ତି।

୪- ବିଶ୍ବକପ ଇତିହାସରେ ପ୍ରଥମଥର ଚାରିଜଣ ଓ୍ବିକେଟ କିପର ଖେଳିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ଧୋନୀ , ଦିନେଶ କାର୍ତ୍ତିକ, କେ ଏଲ ରାହୁଲ ଓ ପନ୍ତ ଚଳିତ ବିଶ୍ବକପରେ ଏକାସାଙ୍ଗରେ ଖେଳିବାର ସୁଯୋଗ ପାଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେଇ ଅଜଙ୍କ୍ୟ ରାହଣେଙ୍କୁ ସାମିଲ କରିଥିଲେ ଟିମ ଭଲ ଫାଇଦା ହୋଇଥାନ୍ତା ବୋଲି କ୍ରିକେଟଜଗତରେ ଆଲୋଚନା ଚାଲିଛି।

   Related Posts