ସେମିଫାଇନାଲରେ ହାରିବାପରେ ମଧ୍ୟ ଭାରତୀୟ ଦଳକୁ ମିଳିବ ପୁରସ୍କାର ରାଶି, ଜାଣନ୍ତୁ କେତେ ଓ କାହିଁକି…

Published By : Prameya-News7 Bureau | July 12, 2019 IST

ନୂଆଦିଲ୍ଲୀ୧୨|୭: ସେମିପାଇନାଲରେ ହାରିବା ପରେ ମଧ୍ୟ ଟିମ ଇଣ୍ଡିଆକୁ ମିଳିବ ପୁରସ୍କାର ରାଶି । ଏହା ବିଶ୍ବାସ ହେଉନଥିଲେ ମଧ୍ୟ ସତ । ସୂଚନାଯୋଗ୍ୟ ଯେ,୨୦୧୯ ବିଶ୍ବକପରେ ମୋଟ ୪୫ ଲିଗ୍ ମ୍ୟାଚ ଓ ୨ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ୮ଟି କ୍ରିକେଟ ଟିମ ବିଶ୍ବକପ ରେସରୁ ବାଦ ପଡ଼ିଯାଇଥିଲେ। ବାଦ ପଡ଼ିଥିବା ଟିମ ତାଲିକାରେ ଇଣ୍ତିଆ ନାଁ ମଧ୍ୟ ସାମିଲ ହୋଇସାରିଛି। ପଏଣ୍ଟ ଅନୁସାରେ ଇଣ୍ଡିଆ ଚଳିତ ବିଶ୍ବକପରେ ଟେବୁଲ ଟପର ଥିଲା। କିନ୍ତୁ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ପରେ ଟିମ ଇଣ୍ଡିଆର ବିଶ୍ବକପ ଯାତ୍ରା ସମାପ୍ତି ହୋଇଯାଇଥିଲା।

ଭାରତୀୟ କ୍ରିକେଟ ଟିମ ଚଳିତ ବିଶ୍ବକପରୁ ୧୮ ରନ ପାଇଁ ବିଶ୍ବକପରୁ ବାଦ ପଡ଼ିଯାଇଥିଲେ। ଏହା ସ​ତ୍ବେ ଟିମ ଇଣ୍ଡିଆ ଉପରେ ଧନ ବର୍ଷିବ। ଲକ୍ଷ ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କା ଟିମ ଇଣ୍ଡିଆ ଖାତାକୁ ଆସିବ। ଚଳିତ ବିଶ୍ବକପ ପାଇଁ ଆଇସିସି ୭୦ କୋଟି ପୁରସ୍କାର ରାଶି ଘୋଷଣା କରିଛନ୍ତି। 

ଏହି ପୁରସ୍କାର ରାଶିରୁ ସାଢ଼େ ୭ କୋଟି ଟିମ ଇଣ୍ଡିଆ ଖାତାକୁ ଆସିବ। ପଏଣ୍ଟ ଆଧାରେ ଟିମ ଇଣ୍ଡିଆ ଟେବୁଲ ଟପର ଅଛି। ତେଣୁ ଲିଗ୍ ରୁ ସେମିଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଭଲ ପ୍ରର୍ଶନ କରିଥିବାରୁ କୋଟି କୋଟି ଟଙ୍କା ପୁରସ୍କାର ରାଶି ଟିମ ଇଣ୍ଡିଆ ଖାତାକୁ ଆସିବ। ତଥ୍ୟନୁଯାୟୀ, ଟିମ ଇଣ୍ଡିଆକୁ ପ୍ରାୟ ୭.୬୦ କୋଟି ଟଙ୍କା ମିଳିବ। ଟିମ ଇଣ୍ଡିଆକୁ ୭.୬୦ କୋଟି ଟଙ୍କା ତିନୋଟି ପୃଥକ ଆଧାରରେ ମିଳିବ।

ଏହି କାରଣ ପାଇଁ ଟିମ ଇଣ୍ଡିଆକୁ ମୋଟା ଅଙ୍କର ପୁରସ୍କାର ରାଶି ମିଳିବ।

୧- ସେମିଫାଇନାଲ ମ୍ୟାଚ ହାରିଥିବା ଟିମକୁ ୫.୫ କୋଟି ଟଙ୍କା ମିଳିଥାଏ । ଯାହାକି ଟିମ ଇଣ୍ଡିଆ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲେ।

୨- ଲିଗ୍ ମ୍ୟାଚ ଆଧାରରେ , ଗୋଟିଏ ଲିଗ୍ ମ୍ୟାଚ ଜିତିବା ପାଇଁ ୨୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି।

୩- ମ୍ୟାଚ ଚାଲୁଥିବା ସମୟରେ କିଛି  କାରଣରୁ ଯଦି ବନ୍ଦ ହୋଇଯାଏ, ତେତେ ,ସେହି ବାବଦରେ ପ୍ରତ୍ୟେକ ମ୍ୟାଚ ପାଇଁ ୧୪ ଲକ୍ଷ ଟଙ୍କା ଲେଖାଏଁ ମିଳିଥାଏ । ଏହି ସମସ୍ତ ରାଶିକୁ ମିଶାଇ ଟିମ ଇଣ୍ଡିଆକୁ ୭.୬୦ କୋଟି ଟଙ୍କାର ଅର୍ଥରାଶି ମିଳିବ ।   


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.