Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ବନଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

10/06/2021 at 11:14 PM

ନୂଆଦିଲ୍ଲୀ ୧୦/୬: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଗୁରୁବାର ଟିମ୍‌ ଘୋଷଣା ହୋଇଥିବା ବେଳେ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ ରହିବେ ଶିଖର ଧାଓ୍ବନ। ଅଲ ଇଣ୍ଡିଆ ସିନିୟର ସିଲେକ୍ସନ କମିଟି ଟିମର ଘୋଷଣା କରିଛି। ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ଟିମ୍‌ର ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି। ଭାରତୀୟ କ୍ରିକେଟ ଟିମ୍‌ ୧୩ରୁ ୨୫ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ୩ଟି ଓ୍ବାନଡେ ଏବଂ ୩ଟି ଟି-୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ।

୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌ରେ ନୀତିଶ ରାଣାଙ୍କୁ ପ୍ରଥମ ଥର ମଉକା ମିଳିଛି। ତାଙ୍କ ବ୍ୟତୀତ ଦେବଦତ୍ତ ପଡିକଲ ଏବଂ ଋତୁରାଜ ଗାଇକଓ୍ବାଡଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି। ଶ୍ରୀଲଙ୍କା ଗସ୍ତରେ ଚୟନ ହୋଇଥିବା ଟିମ୍‌ରେ  ଦ୍ରୁତ ବୋଲର ଚେତନ ସକାରିଆଙ୍କୁ ସାମିଲ କରାଯାଇଥିବା ବେଳେ ଅଲରାଉଣ୍ଡର କୁଷ୍ଣା ଗୌତମଙ୍କୁ ମଧ୍ୟ ସାମିଲ କରାଯାଇଛି। ଟିମ୍‌ ଇଣ୍ଡିଆରେ ୪ ଜଣ ନେଟ୍‌ ବୋଲରଙ୍କୁ ସାମିଲ କରାଯାଇଛି। ଇଶାନ ପୋରୋଲ, ସନ୍ଦୀପ ଓ୍ବାରିୟର, ଅର୍ଶଦୀପ ସିଂହ, ସାଇ କିଶୋର ଏବଂ ସିମରନଜିତ ସିଂହଙ୍କୁ ନେଟ୍‌ ବୋଲର ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି।

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌
ଶିଖର ଧାଓ୍ବନ (ଅଧିନାୟକ), ଭୁବନେଶ୍ବର କୁମାର (ଉପ ଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପଡିକଲ, ଋତୁରାଜ ଗାୟକଓ୍ବାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ନୀତିଶ ରାଣା, ଇଶାନ କିଶନ, ସଞ୍ଜୁ ସାମସନ୍‌, ଯୁଜବେନ୍ଦ୍ର ଚହଲ, ରାହୁଲ ଚହର, କୁଷ୍ଣା ଗୌତମ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସକାରିଆ  

   Related Posts