ପେପସିକୋ ଆଡ଼ରେ ଦେଖାଦେବେ ୮୭ ବର୍ଷ ବୟସ୍କା ଟିମ ଇଣ୍ଡିଆ ପ୍ରଶଂସକ ଚାରୁଲତା

Published By : Prameya-News7 Bureau | July 05, 2019 IST

ବାଂଲାଦେଶ ବିପକ୍ଷରେ ଆଇସିସି ବିଶ୍ୱକପ ମୁକାବିଲା ବେଳେ ଟିମ ଇଣ୍ଡିଆକୁ ଚିୟର କରିଥିବା ୮୭ ବର୍ଷ ବୟସ୍କା ଚାରୁଲତା ପଟେଲଙ୍କୁ ପେପସିକୋ ନିଜ ଆଡ଼ କମ୍ପାନୀରେ ସାମିଲ କରିଛି । ଇକୋନୋମିକ ଟାଇମ୍ସ ଅନୁଯାୟୀ, ତାଙ୍କୁ ପେପସିକୋ ଆଡ଼ରେ ଦେଖିବାକୁ ମିଳିବ । କମ୍ପାନୀ ଚାରୁଲତାଙ୍କୁ ଚଳିତ ବିଶ୍ୱକପରେ ‘ସ୍ୱେଗ ଷ୍ଟାର’ ଭାବେ ଉପସ୍ଥାପନା କରିବ ।

{"id":130652}

ୱାର୍ମିଙ୍ଗହାମରେ ମଙ୍ଗଳବାର ଦିନ ଟିମ ଇଣ୍ଡିଆର ଏହି ବୟସ୍କା ପ୍ରଶଂସକ ଅଚାନକ ଚର୍ଚ୍ଚାକୁ ଆସିଥିଲେ । ପୁରା ଜୋସର ସହ ସେ ଟିମ ଇଣ୍ଡିଆକୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ସେ ବିଗୁଲ ଫୁଙ୍କି ଟିମ ଇଣ୍ଡିଆର ପ୍ରେରଣା ବଢାଇଥିଲେ । ଅଧିନାୟକ ବିରାଟ କୋହଲି ଚାରୁଲତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ମଧ୍ୟ ନେଇଥିଲେ । ଚାରୁଲତାଙ୍କ ସହ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

{"id":130653,"width":579,"height":434}

ପେପସିକୋ ଆଇସିସି ବିଶ୍ୱକପ ୨୦୧୯ ପାଇଁ #HarGhoontMeinSwagHai ସହିତ ବିଜ୍ଞାପନ ଅଭିଯାନ ଆରମ୍ଭ କରିଛି । ଚାରୁଲତା ପଟେଲଙ୍କୁ ଏହି ଆଡରେ ସାମିଲ କଲେ ଅଭିଯାନକୁ ଏକ ନୂଆ ମୋଡ ମିଳିବ । ପେପସିକୋ ପ୍ରବକ୍ତା କହିଛନ୍ତି, ଖେଳ ପ୍ରତି ଚାରୁଲତାଙ୍କ ଦିୱାନଗି ଦର୍ଶାଉଛି ଯେ ଜୀବନର ଅଦ୍ଭୁତ ମୁହୁର୍ତ୍ତକୁ ବଞ୍ଚିବା ପାଇଁ ପ୍ରତିଟି ମୁହୁର୍ତ୍ତ ଗୁରୁତ୍ୱପୁର୍ଣ୍ଣ । ଏଥିପାଇଁ ବୟସର କୌଣସି ସମୟସୀମା ନାହିଁ ।

{"id":130654}

ସୂଚନାଯୋଗ୍ୟ ଯେ, ଚାରୁଲତା ବିଶ୍ୱକପ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତ ନିଶ୍ଚୟ ବିଶ୍ୱକପ ଜିତିବ । ସେ ଭଗବାନ ଗଣେଶଙ୍କ ନିକଟରେ ଟିମ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ତାଙ୍କ ଆଶୀର୍ବାଦ ଟିମ ଇଣ୍ଡିଆ ସହ ସବୁବେଳେ ଅଛି ବୋଲି ଚାରୁଲତା କହିଛନ୍ତି ।

{"id":130655,"width":575,"height":322}

ଜୁଲାଇ ୬ ତାରିଖ, ଶନିବାର ଦିନ ଭାରତ ଶ୍ରୀଲଙ୍କା ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ । ଏହି ମ୍ୟାଚ ଟିକେ ଚାରୁଲତାଙ୍କ ପାଖରେ ଅଛି । ଏହାଛଡା ଦୁଇଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଟିକେଟ ମଧ୍ୟ ଚାରୁଲତାଙ୍କ ପାଖରେ ଅଛି । ମଙ୍ଗଳବାର ଦିନ ବିରାଟ ଯେତେବେଳେ ଚାରୁଲତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ସେତେବେଳେ ବିରାଟ କହିଥିଲେ ଯେ, ସେ ଚାରୁଲତାଙ୍କୁ ତାଙ୍କ ସବୁ ମ୍ୟାଚରେ ଦେଖିବାକୁ ଚାହୁଁଛନ୍ତି ।

{"id":130656,"width":586,"height":439}

ସେତେବେଳେ ଚାରୁଲତା କହିଥିଲେ ଯେ ସବୁ ମ୍ୟାଚ ଦେଖିବା ପାଇଁ ତାଙ୍କ ପାଖରେ ଟିକେଟ ନାହିଁ । ଜବାବରେ ବିରାଟ କହିଥିଲେ ଯେ ତାଙ୍କ ଟିକେଟ ବ୍ୟବସ୍ଥା ସେ ନିଜେ କରିଦେବେ କିନ୍ତୁ ତାଙ୍କୁ ସବୁ ମ୍ୟାଚରେ ଉପସ୍ଥିତ ହେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.