Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ ସମାଲୋଚକଙ୍କ ମୁହଁ ବନ୍ଦ, ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏପରି କହିଲେ ବିରାଟ

19/01/2021 at 3:53 PM

ନୂଆଦିଲ୍ଲୀ ୧୯/୦୧:  ବ୍ରିସବେନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ଓ୍ବିକେଟ୍‌ରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତି ଭାରତ ଐତିହାସିକ ବିଜୟ ହାସଲ କରିଛି । ଋଷଭ ପନ୍ତ, ଶୁଭମାନ ଗିଲ ଏବଂ ଚେତେଶ୍ବର ପୂଜାରାଙ୍କ ଦମଦାର ଇନିଂସ ଟିମ୍ ଇଣ୍ଡିଆକୁ ଏହି ବହୁ ପ୍ରତିକ୍ଷିତ ବିଜୟ ଭେଟି ଦେଇଛି ।

ଭାରତୀୟ ଟିମ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆଡିଲେଡ୍‌ରେ ଖେଳିଥିଲା। ଯେଉଁଥିରେ ଦ୍ବିତୀୟ ପାଳିରେ ୩୬ ରନ୍‌ରେ ଅଟକି ଯାଇଥିଲା ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ଜିତିଥିଲା। ବାସ ଏହା ପରେ ଅନେକ ପୂର୍ବତନ ଖେଳାଳି ସିରିଜ୍‌କୁ ନେଇ ଭବଷ୍ୟବାଣୀ କରିଥିଲେ। ଟିମ୍‌ ଇଣ୍ଡିଆ ୦-୪ରେ ସିରିଜ୍‌ ହାରିଯିବ ବୋଲି ମଧ୍ୟ କହିଥିଲେ। ଆଡିଲେଟ୍‌ ଟେଷ୍ଟ ମ୍ୟାଚ୍‌ ପରେ ବିରାଟ କୋହଲି ମଧ୍ୟ ଭାରତ ଫେରିଆସିଥିଲେ। ବାକି ମ୍ୟାଚ୍‌​‌ରେ ଅଜିଙ୍କ୍ୟା ରାହାଣେ ଟିମ୍‌ର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ବ୍ରିସ୍‌ବେନ୍‌ରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ ବିରାଟ କୋହଲି ସାଥି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିରାଟ କୋହଲି ଟ୍ବିଟ୍‌ରରେ ଲେଖିଛନ୍ତି, ‘ଆଶ୍ଚର୍ଯ୍ୟକର ବିଜୟ। ଆଡିଲେଟ ଟେଷ୍ଟରେ ଆମ ଉପରେ ସନ୍ଦେହ କରିଥିବା ଖେଳାଳିଙ୍କ ପାଇଁ ଏହା ଉତ୍ତମ ଜବାବ। ଛିଡ଼ା ହୋଇ ଦେଖନ୍ତୁ। ଉଦାହରଣ ସୃଷ୍ଟି କରିବା ଭଳି ପ୍ରଦର୍ଶନ। କିନ୍ତୁ ଆମେ ଯେଉଁଭଳି ଖେଳିଲେ ଓ ସମର୍ପଣ ଭାବ ପ୍ରଦର୍ଶନ କଲେ ତାହା ବିଲକୁଲ ଭିନ୍ନ ଥିଲା। ସମସ୍ତ ଖେଳାଳି ଓ ଟିମ୍‌ ମ୍ୟାନେଜମେଣ୍ଟ ଭଲ କାମ କରିଛନ୍ତି। ଐତିହାସିକ ବିଜୟ ପରେ ଉତ୍ସବ ମନାନ୍ତୁ। ଚିୟର୍ସ !’ ତେବେ ଏହି ସିରିଜ୍‌ ଭାରତୀୟ ଟିମ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଥିଲା ଯେତେବେଳେ ଗୋଟିଏ ପରେ ଗୋଟିଏ ବରିଷ୍ଠ ଖେଳାଳି ଆହତ ହେବା ପରେ ଫେରିଆସିଥିଲେ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିପାରିନଥିଲେ। ଏହା ପରେ ଇଶାନ୍ତ ଶର୍ମା ଟେଷ୍ଟ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଆସିପାରିନଥିଲେ। ପ୍ରଥମ ମ୍ୟାଚ୍‌ରେ ଆହତ ହେବା ପରେ ମହମ୍ମଦ ଶାମି ବାକି ୩ଟି ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ। ତୃତୀୟ ମ୍ୟାଚ୍‌ ପରେ ରବିନ୍ଦ୍ର ଜାଡେଜା, ଅଶ୍ବିନ, ଜଶପ୍ରୀତ ବୁମରା, ହନୁମା ବିହାରୀ ଆହତ ହେବା ପରେ ଶେଷ ଟେଷ୍ଟରୁ ବାଦ ପଡ଼ିଥିଲେ। ଶେଷ ମ୍ୟାଚ୍‌ରେ ଓ୍ବିଶିଂଟନ୍‌ ସୁନ୍ଦର ଟେଷ୍ଟରେ ଡେବ୍ୟୁ କରିଥିଲେ। ଏହା ସହ ଏହି ସିରିଜ ମାଧ୍ୟମରେ ମହମ୍ମଦ ସିରାଜ, ଶୁଭମାନ ଗିଲ,ନବଦୀପ ସାଇନି ଓ ଟି ନଟରାଜନ୍‌ ଡେବ୍ୟୁ କରିଛନ୍ତି। ବ୍ରିସବେନର ଗାବା ମଇଦାନ ଅଷ୍ଟ୍ରେଲିଆର ଗଡ଼ ବୋଲି କୁହାଯାଉଥିଲା। ୩୨ ବର୍ଷ ହେଲା ଏଠାରେ ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ୍‌ ହାରିନଥିଲା। କିନ୍ତୁ ଟିମ ଇଣ୍ଡିଆ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ୩ ଓ୍ବିକେଟରେ ବିଜୟୀ ହୋଇ ସିରିଜ୍‌କୁ ୨-୧ରେ ନିଜ ନାଁରେ କରିନେଇଛି।  

   Related Posts