ଓଭାଲରେ ୫୦ ବର୍ଷ ପରେ ଟିମ୍ ଇଣ୍ଡିଆ ରଚିଲା ଇତିହାସ, ଶେଷ ଥର ୧୯୭୧ରେ ମିଳିଥିଲା ବିଜୟ

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬।୦୯: ଦ ଓଭାଲ ଟେଷ୍ଟକୁ ଜିତି ଭାରତୀୟ ଦଳ ଇତିହାସ ରଚିଛି। ଏଠାରେ ଭାରତୀୟ ଦଳ ୫୦ ବର୍ଷ ପରେ ବିଜୟ ହାସଲ କରିଛି। ଦଳ ୧୯୭୧ରେ ଶେଷ ଥର ଟେଷ୍ଟ ମ୍ୟାଚ୍ ନିଜ ନାମରେ କରିଥିଲା। ୫୦ ବର୍ଷ ପରେ ମିଳିଥିବା ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଦଳ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି।

ଭାରତୀୟ ଦଳ ଦ ଓଭାଲରେ ଏ ପର୍ଯ୍ୟନ୍ତ ୧୩ଟି ଟେଷ୍ଟ ଖେଳି ସାରିଛି। ଏଥିରୁ ଦଳ ୫ଟିରେ ହାରିଥିବା ବେଳେ ୭ଟି ମୁକାବିଲା ଡ୍ର ରହିଛି। ୧୯୭୧ରେ ଦଳ ଏକ ମାତ୍ର ବିଜୟ  ହାସଲ କରିଥିଲା। ଆଜିର ବିଜୟକୁ ମିଶାଇ ଦଳ ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ବିଜୟ  ହାସଲ କରିଛି। ୧୯୭୧ର ଉକ୍ତ ମୁକାବିଲାର ଦ୍ଵିତୀୟ ଇନିଂସରେ ବି ଏସ ଚନ୍ଦ୍ରଶେଖର ୩୮ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ଦଳ ଏହି ମ୍ୟାଚ୍‌କୁ ୪ ଓ୍ଵିକେଟ୍‌ରେ ଜିତିଥିଲା।

ଦ ଓଭାଲରେ ଭାରତୀୟ ଦଳର ରେକର୍ଡ

୧୯୩୬ ଅଗଷ୍ଟ ୧୫-୧୮- ଭାରତ ୯ ଓ୍ଵିକେଟ୍‌ରେ ପରାଜିତ

୧୯୪୬ ଅଗଷ୍ଟ ୧୭-୨୦- ମୁକାବିଲା ଡ୍ର

୧୯୫୨ ଅଗଷ୍ଟ ୧୪-୧୯- ମୁକାବିଲା ଡ୍ର

୧୯୫୯ ଅଗଷ୍ଟ ୨୦-୨୪- ଇଂଲଣ୍ଡ ଇନିଂସ ଓ ୨୭ ରନରେ ବିଜୟୀ

୧୯୭୧ ଅଗଷ୍ଟ ୧୯-୨୪- ଭାରତ ୪ ଓ୍ଵିକେଟ୍‌ରେ ବିଜୟୀ

୧୯୭୯ ଅଗଷ୍ଟ ୩୦- ସେପ୍ଟେମ୍ବର ୪- ଡ୍ର

୧୯୮୨ ଜୁଲାଇ ୮-୧୩-  ଡ୍ର

୧୯୯୦ ଅଗଷ୍ଟ ୨୩-୨୮- ଡ୍ର

୨୦୦୨ ସେପ୍ଟେମ୍ବର ୫-୯- ଡ୍ର

୨୦୦୭ ଅଗଷ୍ଟ ୯-୧୧- ଡ୍ର

୨୦୧୧ ଅଗଷ୍ଟ ୧୮-୨୨- ଇଂଲଣ୍ଡ ଇନିଂସ ଓ ୮ ରନରେ ବିଜୟୀ

୨୦୧୪ ଅଗଷ୍ଟ ୧୫-୧୭- ଇଂଲଣ୍ଡ ଇନିଂସ ଓ ୨୪୪ ରନରେ ବିଜୟୀ

୨୦୧୮ ସେପ୍ଟେମ୍ବର ୭-୧୧- ଇଂଲଣ୍ଡ ୧୧୮ ରନରେ ବିଜୟୀ

୨୦୨୧ ସେପ୍ଟେମ୍ବର ୨-୬- ଭାରତ ୧୫୭ ରନରେ ବିଜୟୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.