ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ବୋଲିଂ କରିବେ ବିରାଟ କୋହଲି ! ରାହୁଲଙ୍କୁ ପକାଇଲେ ବଲ : ଭିଡିଓ ସେୟାର କଲା BCCI

Published By : Prameya-News7 Bureau | June 13, 2021 IST

ସାଉଥଆମ୍ପଟନ ୧୩/ ୦୬ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ସାଉଥଆମ୍ପଟନରେ ଆସନ୍ତା ୧୮ରୁ ୨୨ ଯାଏଁ ଖେଳାଯିବ । ଫାଇନାଲ ମୁକାବିଲା ପାଇଁ ଭାରତୀୟ ଟିମ ଅଭ୍ୟାସ ଜୋରଦାର କରିଛି । ସେପଟେ ଭାରତକୁ ଟକ୍କର ଦେବାକୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବା ନ୍ୟୁଜିଲାଣ୍ଡ ମଧ୍ୟ ବେଶ ଶକ୍ତିଶାଳୀ ନଜର ଆସିିଛି । ଭାରତୀୟ ଟିମ ବର୍ତ୍ତମାନ ଇଣ୍ଟ୍ରା ସ୍କ୍ବାଡ୍‌ ମ୍ୟାଚ ( ନିଜ ନିଜ ମଧ୍ୟରେ ଭାଗ ହୋଇ ଖେଳିବା) ଖେଳୁଛି । ଗୋଟିଏ ଟିମର ଅଧିନାୟକ ବିରାଟ କୋହଲି ଥିବା ବେଳେ ଅନ୍ୟଟିରେ କେ.ଏଲ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ।


ବଡ କଥା ହେଉଛି ଅଧିନାୟକ ବିରାଟ କୋହଲି ବୋଲିଂ କରୁଥିବା ନଜର ଆସିଛନ୍ତି । କୋହଲି ବୋଲିଂ କରୁଥିବାର ଭିଡିଓ ନିଜ ଟ୍ବିଟର ପେଜରେ ସେୟାର କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । କୋହଲି ବିପକ୍ଷ ଦଳର ଅଧିନାୟକ ଲୋକେସ ରାହୁଲଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କୋହଲିଙ୍କୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ବୋଲିଂ କରିବେ କି ? କାରଣ ଏହା ପୂର୍ବରୁ ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ କୋହଲି ବୋଲିଂ କରିଛନ୍ତି ।

wp:embed {"url":"https://twitter.com/BCCI/status/1403714558179565569","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1403714558179565569
/wp:embed


ସେହିଭଳି ଦିନିକିଆରେ ମଧ୍ୟ କୋହଲିଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ଦିନିକିଆରେ ସେ ମୋଟ ୪ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ବୋଲିଂ କରି ୪ ଓ୍ବିକେଟ ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଏହା ସହିତ କୋହଲି ନିଜ ସ୍ଲୋ ବୋଲିଂରେ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାର କ୍ଷମତା ମଧ୍ୟ ରଖିଛନ୍ତି । ଯାହାକି ପୂର୍ବରୁ ପ୍ରମାଣିତ ହୋଇଛି ।

ବ୍ୟାଟିଂ କ୍ରମ କଥା କହିବାକୁ ଗଲେ ଯୁବ ତାରକା ଋଷଭ ପନ୍ତ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଭ୍ୟାସ ମ୍ୟାଚରେ ସେ ବଡ ବଡ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଛି । ପନ୍ତ ୯୪ ଟି ବଲ ଖେଳି ଅପରାଜିତ ୧୨୧ ରନର ଇନିଂସ ଖେଳିଛନ୍ତି । ଯେଉଁଥିରେ ବିଶାଳ ବିଶାଳ ଛକା ମଧ୍ୟ ସାମିଲ ଅଛି । ଏଥିରେ ସ୍ପଷ୍ଟ ଅନୁମାନ କରିହେବ ଯେ ମଧ୍ୟ କ୍ରମରେ ଋଷଭ ପନ୍ତ ଭାରତୀୟ ଦଳକୁ ବେଶ ସହାୟ ହେବେ । ସେହିଭଳି ଶୁଭମାନ ଗିଲ ମଧ୍ୟ ବେଶ ଭଲ ଫର୍ମରେ ଥିବା ଦେଖିବାକୁ ମିଳିଛି । ଅଭ୍ୟାସ ମ୍ୟାଚରେ ଶୁଭମାନ ୮୫ ରନର ଇନିଂସ ଖେଳିଛନ୍ତି । ବୋଲିଂ ବାହିନୀରେ ଇଶାନ୍ତ ଶର୍ମା କମାଲ କରିଛନ୍ତି । ସେ ୩ଟି ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.