Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପୁଣେ ଟେଷ୍ଟରେ ବିରାଟ କୋହଲୀଙ୍କ ଦ୍ୱିଶତକ, ଭାଙ୍ଗିଲେ ସବୁ ପୁରୁଣା ରେକର୍ଡ, ୬୦୧ରେ ପାଳି ଘୋଷଣା କଲା ଭାରତ

11/10/2019 at 3:27 PM

ପୁଣେ : ସାଉଥ ଆଫ୍ରିକା ବିରୋଧରେ ପୁଣେଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ଶୁକ୍ରବାର ଦ୍ୱିଶତକ ହାସଲ କରିଛନ୍ତି। ୨୯୫ଟି ବଲରୁ ୨୮ଟି ଚୌକା ବଳରେ ବିରାଟ ତାଙ୍କର ଦ୍ୱିଶତକ ପୂରଣ କରିଥିବା ବେଳେ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସପ୍ତମ ଡବଲ ସେଞ୍ଚୁରି।   ଦୀର୍ଘ ୧ ବର୍ଷ  ୧୦ ମାସ ପରେ ବିରାଟ ଟେଷ୍ଟ କ୍ରିକେଟ୍ ରେ ପୁଣିଏକ ବିଶାଳ ସଫଳତା ପାଇବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ଟେଷ୍ଟ କ୍ରିକେଟର ସର୍ବାଧିକ ଡବଲ ସେଞ୍ଚୁରି ହାସଲ କରିବାରେ ବିରାଟ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ ଏହି ଦ୍ୱିଶତକ ସହ ବିରାଟ ଟେଷ୍ଟ କ୍ରିକେଟରେ ତାଙ୍କର ୭ ହଜାର ରନ ମଧ୍ୟ ପୁରଣ କରିଛନ୍ତି। ଫଳରେ ଦ୍ରୁତ ରନ ସଂଗ୍ରହରେ ବିରାଟ ବିଶ୍ୱର ଚତୁର୍ଥ ବ୍ୟାଟସମ୍ୟାନ ପାଲଟିଛନ୍ତି। ବିରାଟଙ୍କ ବିଶାଳ ଦ୍ୱିଶତକ ସହ ୬୦୧ ରନରେ ଶୁକ୍ରବାର ଭାରତ ତାର ଇନିଂସ ଘୋଷଣା କରିଛି ।

ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଟେଷ୍ଟରେ ଦୋହରା ଶତକ ହାସଲ କରିବାର ରେକର୍ଡ ଏବେ ବିରାଟଙ୍କ ନାମରେ ନାମିତ ହୋଇଛି। ପୂର୍ବରୁ ଭାରତର ସଚ୍ଚିନ ତେନ୍ଦୁଲକର ଓ  ବୀରେନ୍ଦ୍ର ସେହେୱାଗ୍ ୬ଟି ଡବଲ ସେଞ୍ଚୁରି କରିଥିବାର ରେକର୍ଡ ଥିଲା। ତେବେ ସପ୍ତମ ଡବଲ ସେଞ୍ଚୁରି  ହାସଲ କରି ବିରାଟ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି। କେବଳ ସଚ୍ଚିନ କି ସେହେୱାଗ୍ ନୁହଁନ୍ତି ଅଷ୍ଟ୍ରେଲିଆର ରିକି ପୋଣ୍ଟିଂ, ଶ୍ରୀଲଙ୍କାର ମର୍ବନ ଆଟାପାଟୁ, ପାକିସ୍ତାନର ଜାଭେଦ ମିଆଁଦାଦ, ୟୁନିସ ଖାନ ବି ଟେଷ୍ଟରେ ୬ଟି ଦୋହରା ଶତକ ହାସଲ କରିଥିବାର ରେକର୍ଡ ଥିଲା। ତେବେ ଭାରତୀୟ ଟିମର କ୍ୟାପ୍ଟେନ ଭାବେ ବିରାଟ ସମସ୍ତ ଦ୍ୱିଶତକ ହାସଲ କରିଛନ୍ତି। ଏଥିରୁ ୬ଟି ଦ୍ୱିଶତକ ସେ ଦେଶରେ ଖେଳାଯାଇଥିବା ମ୍ୟାଚ୍ ରୁ ପାଇଥିବା ବେଳେ ଗୋଟିଏ ଆଇସିସି ଚାମ୍ପିୟନସିପ୍ ବେଳେ ଦ୍ୱିଶତକ କରିଥିଲେ।

ବିରାଟ ଟେଷ୍ଟ କ୍ରିକେଟରେ ମୋଟ ୨୧ଟି ଶତକ ହାସଲ କରିଛନ୍ତି। ତେବେ ଏଥିରୁ ପ୍ରଥମ ୯ଟିରେ ଦ୍ୱିଶତକ ନଥିଲା। ତେବେ ପରବର୍ତ୍ତି ୭ଟି ଶତକରୁ ୬ଟି ଦ୍ୱି ଶତକ  ଥିଲା। ଏହା ପରେ ପରେ ୫ଟି ଟେଷ୍ଟ କ୍ରିକେଟରୁ ବିରାଟ ଗୋଟାଏ ପରେ ଗୋଟାଏ ୪ଟି ଗୋଟିକିଆ ଶତକ ହାସଲ କରିଥିବା ବେଳେ ପଞ୍ଚମ ମ୍ୟାଚ୍ ରେ ପୁଣି ଦ୍ୱିଶତକ ହାସଲ କରିଛନ୍ତି। ଏହା ସହ ଟେଷ୍ଟ କ୍ରିକେଟରେ ବିରାଟ ୧୫୦ ରନରୁ ଅଧିକ ରନର ଇନିଂସ ଖେଳିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଏଥିରେ ବିରାଟ ଅଷ୍ଟ୍ରେଲିଆର ଡନ ବ୍ରେଡମେନ, ଦକ୍ଷିଣ ଆଫ୍ରିକର ଗ୍ରୀମ ସ୍ମିଥ, ଶ୍ରୀଲଙ୍କାର ମହେଲା ଜୟ ବର୍ଦ୍ଧନେ, ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ଏବଂ ୱେଷ୍ଟଇଣ୍ଡିଜ୍ ର ବ୍ରାଏନ ଲାରାଙ୍କୁ ପଛରେ ପକାଇଦେଇଛନ୍ତି। ବ୍ରେଡମେନ୍ ୮ ଓ ବାକି ଖେଳାଳିମାନେ ୭ଟି ଟେଷ୍ଟରେ ୧୫୦ରୁ ଅଧିକ ଇନିଂସର ମ୍ୟାଚ୍ ଖେଳିଥିବାର ରେକର୍ଡ ଥିଲା।   

   Related Posts