Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଆଜି ନିର୍ଣ୍ଣାୟକ ଟି-୨୦ ମୁକାବିଲା: ଏହି ୧୧ ଜଣ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ଭାରତ

29/07/2021 at 6:46 PM

ନୂଆଦିଲ୍ଲୀ ୨୯।୦୭: ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ସିରିଜ୍ ବର୍ତ୍ତମାନ ୧-୧ ସମାନ ସ୍ଥିତିରେ  ରହିଛି। ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ଦ୍ଵିତୀୟ ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିଛି। ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟ ନେଇ ଉଭୟ ଦଳ ପଡିଆକୁ ଓହ୍ଲାଇବେ।

ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ। ଦ୍ଵିତୀୟ ଟି-୨୦ରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ପଦାର୍ପଣ କରିଥିଲେ। କୃଣାଲ ପାଣ୍ଡ୍ୟା କରୋନା ପଜିଟିଭ୍ ହେବା ପରେ ଭାରତୀୟ ଦଳର ୯ ଖେଳାଳି ସିରିଜ୍‌ରୁ ବାହାରି ଯାଇଛନ୍ତି। ଦଳ ପାଖରେ ଚୂଡାନ୍ତ ଏକାଦଶ ଚୟନ କରିବାର ଆଉ କୌଣସି ବିକଳ୍ପ ମଧ୍ୟ ନାହିଁ। ୨୦ ଜଣିଆ ଦଳ ସହ ଭାରତ ଶ୍ରୀଲଙ୍କା ଗସ୍ତ କରିଥିଲା।

ଦ୍ଵିତୀୟ ଟି-୨୦ରେ ଫିଲ୍ଡିଂ ସମୟରେ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଆହତ ହୋଇଛନ୍ତି। ତେଣୁ ତୃତୀୟ ମୁକାବିଲାରେ ତାଙ୍କର ଖେଳିବା ନେଇ ଅନିଶ୍ଚିତତା ଜାରି ରହିଛି। ତେଣୁ ନିର୍ଣ୍ଣାୟକ ମୁକାବିଲାରେ ଭାରତ କେବଳ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ। ଅନ୍ୟପଟେ ଶ୍ରୀଲଙ୍କା ନିଜ ଦଳରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ।

ବର୍ଷା ସମ୍ଭାବନା ନାହିଁ

କଲୋମ୍ବୋରେ ଗୁରୁବାର ସନ୍ଧ୍ୟାରେ ତାପମାତ୍ରା ପ୍ରାୟ ୨୮ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି। ତୃତୀୟ ମୁକାବିଲାରେ ପାଣିପାଗ ଭଲ ରହିବ ଏବଂ ବର୍ଷା ହେବାର ସମ୍ଭାବନା ନାହିଁ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ।

   Related Posts