Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଶ୍ଵିନଙ୍କୁ ସୁଯୋଗ, ଚହଲ ଆଉଟ୍, ମେଣ୍ଟର ରହିବେ ଧୋନୀ

8/09/2021 at 9:23 PM

ମୁମ୍ବାଇ ୦୮।୦୯: ବହୁ କଳ୍ପନା ଜଳ୍ପନାର ଅବସାନ ଘଟିଲା। ଟି-୨୦ ବିଶ୍ଵ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ବିରାଟ କୋହଲିଙ୍କ ନେତୃତ୍ଵରେ ଜାତୀୟ ସିନିୟର ଦଳ ଚୟନକର୍ତ୍ତା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ସବୁଠୁ ବଡ ଖବର ଦଳରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ସୀମିତ ଓଭର କ୍ରିକେଟର ଅନୁଭବୀ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳି ନାହିଁ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର କରାଯାଇଛି। ଦଳରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଇଶାନ କିଶନଙ୍କ ପରି ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଶ୍ରେୟସ ଆୟର, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁରଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ କରାଯାଇଛି। ପୃଥ୍ଵୀ ଶ, ଶିଖର ଧାଓ୍ଵନ ଓ କୃଣାଲ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ।

୧୫ ଜଣିଆ ଭାରତୀୟ ଦଳରେ ଶିଖର ଧାଓ୍ଵନଙ୍କୁ ସ୍ଥାନ ମିଳିନଥିବା ବେଳେ ଆଶା ଅନୁଯାୟୀ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି। ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ଓ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିଛି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଛି। ଅକ୍ଷର ପଟେଲ, ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ଯୁବ ଚେହେରାଙ୍କ ଉପରେ ଦଳ ପ୍ରବନ୍ଧକ ଭରସା ପ୍ରକଟ୍ କରିଛନ୍ତି। ଷ୍ଟାଣ୍ଡ ବାଇ ଭାବେ ଦୀପକ ଚହର, ଶ୍ରେୟସ ଆୟର ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ରଖାଯାଇଛି। ଭାରତର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିସିସିଆଇ ଟି-୨୦ ବିଶ୍ଵ କପ୍ ପାଇଁ ଦଳର ମେଣ୍ଟର କରାଯାଇଛି।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମି।

୨୦୧୬ ପରେ ପ୍ରଥମ ଥର ହେଉଥିବା ଟି-୨୦ ବିଶ୍ଵ କପ୍‌  ୟୁଏଇ ଓ ଓମାନରେ ଖେଳାଯିବ। ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ବିଶ୍ଵ କପର ଫାଇନାଲ୍ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ। ଏଥିରେ ଭାରତ ନିଜର ପ୍ରଥମ ମୁକାବିଲା ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଖେଳିବ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ୮ କ୍ଵାଲିଫାୟିଂ ଦଳ ଭାଗ ନେବେ। ଏଥିରୁ ଚାରୋଟି ଦଳ ସୁପର ୧୨ରେ ପ୍ରବେଶ କରିବେ। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଥିବା ୮ଟି ଦଳରେ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡ, ସ୍କଟଲାଣ୍ଡ, ନାମ୍ବିଆ, ଓମାନ ଓ ପପୁଆ ନ୍ୟୁ ଗିନି ସାମିଲ।

ଟି-୨୦ ବିଶ୍ଵ କପରେ ଭାରତକୁ ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ସହିତ ସୁପର ୧୨ର ଗ୍ରୁପ-୨ରେ ରଖାଯାଇଛି। ସେପଟେ ଗ୍ରୁପ-୧ରେ ଡିଫେଣ୍ଡିଂ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସାମିଲ। କ୍ଵାଲିଫାୟିଂ ରାଉଣ୍ଡରୁ ପ୍ରତ୍ୟେକ ଗ୍ରୁପରୁ ଦୁଇଟି ଲେଖାଏଁ ଦଳ ସୁପର ୧୨ର ଦୁଇ ଗ୍ରୁପରେ ସାମିଲ ହେବେ।

ଟି-୨୦ ବିଶ୍ଵ କପ୍‌ ୨୦୨୧ର ପ୍ରଥମ ସେମି ଫାଇନାଲ ଆବୁଧାବିରେ ନଭେମ୍ବର ୧୦ରେ ଖେଳାଯିବ। ଦ୍ଵିତୀୟ ସେମି ଫାଇନାଲ ନଭେମ୍ବର ୧୧ରେ ଦୁବାଇରେ ଖେଳାଯିବ। ଦୁଇ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି। ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ୧୫ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ଭାରତର ମ୍ୟାଚ୍‌ ଗୁଡିକ ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।

   Related Posts