ଇଂଲଣ୍ଡ ପାଇଁ ଭାରତୀୟ ସ୍କ୍ଵାଡ୍‌କୁ ଫେରିଲେ କୋହଲି, ପାଣ୍ଡ୍ୟା ଓ ଇଶାନ୍ତ: ପୃଥ୍ଵୀ ସ ଆଉଟ୍

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ମଙ୍ଗଳବାର ଭାରତୀୟ ଦଳର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ହୋଇଛି। ଚୟନକର୍ତ୍ତା ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି। ବିରାଟ କୋହଲି ଅଧିନାୟକ ଦାୟିତ୍ଵକୁ ଫେରିଛନ୍ତି। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ୍ତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି। ହେଲେ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା , ହନୁମା ବିହାରୀ, ମହମ୍ମଦ ସାମି ଓ ଉମେଶ ଯାଦବଙ୍କୁ ଦଳରେ ରଖାଯାଇ ନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଜାଡେଜା, ବିହାରୀ ଓ ଉମେଶ ଆହତ ହୋଇଥିଲେ। ଯଶପ୍ରୀତ ବୁମରା ଓ ଅଶ୍ଵିନ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଚୟନ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚୟନକର୍ତ୍ତା ୧୮ ଜଣିଆ ଦଳ ଘୋଷଣା କରିଛନ୍ତି। ଏଥିରେ ପୃଥ୍ଵୀ ସଙ୍କୁ ସ୍ଥାନ ମିଳିନାହିଁ। ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହି ତିନି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ମାଟିରେ ନିଜର ଦମଦାର ପ୍ରଦର୍ଶନର ପୁରସ୍କାର ମିଳିିଛି। କୁଲଦୀପ ଯାଦବ ମଧ୍ୟ ଦଳରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ ପରେ ବି ମୟଙ୍କ ଅଗ୍ରଓ୍ଵାଲଙ୍କ ଉପରେ ଦଳ ପୁଣି ଥରେ ଭରସା ପ୍ରକଟ କରିଛି। ଋଦ୍ଧିମାନ ଶାହା ଓ୍ଵିକେଟ୍ କିପର ଭାବେ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଲୋକେଶ ରାହୁଲଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି। ଅକ୍ଷର ପଟେଲଙ୍କୁ ୧୮ ଜଣିଆ ଦଳରେ ସୁଯୋଗ ମିଳିଛି।

ଏହା ବ୍ୟତୀତ ଚାରି ଅନ୍ୟ  ଖେଳାଳି କେଏସ ଭରତ(ଓ୍ଵିକେଟ୍ କିପର), ଅଭିମନ୍ୟୁ ଈଶ୍ଵରନ, ଶାହବାଜ ନଦୀମ ଓ ରାହୁଲ ଚହରଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଏମାନଙ୍କୁ କୌଣସି ଖେଳାଳି ଆହତ ହେବା ସ୍ଥିତିରେ ଦଳରେ ସାମିଲ କରାଯିବ। ନେଟ୍ ବୋଲର ଭାବେ ଅଙ୍କିତ ରାଜପୁତ, ଅବେଶ ଖାନ, ସନ୍ଦୀପ ଓ୍ଵାରିୟର, କୃଷ୍ଣାପ୍ପା ଗୌତମ ଓ ସୌରଭ କୁମାରଙ୍କୁ ସାମିଲ କରାଯାଇଛି।

wp:html /wp:html

ଚେନ୍ନାଇରେ ପ୍ରଥମ ଦୁଇଟି ଟେଷ୍ଟ ଖେଳାଯିବ। ଫେବୃଆରୀ ୫ରୁ ୯ ଏବଂ ଦ୍ଵିତୀୟ ଟେଷ୍ଟ ଫେବୃଆରୀ ୧୩ ରୁ ୧୭ରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳକୁ ଜାନୁଆରୀ ୨୭ରୁ ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିବାକୁ ପଡିବ।

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.