ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଗାମୀ ମ୍ୟାଚ୍ ଲାଗି ଟିମ୍ ଘୋଷିତ, ସାମିଲ ହେଲେ ମୟଙ୍କ ଓ ଶୁଭମନ

Published By : Prameya-News7 Bureau | February 03, 2020 IST

ଅକଲାଣ୍ଡ, ୩।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଟି-୨୦ ଓ ଆଗାମୀ ଟେଷ୍ଟ ଏବଂ ଦିନିକିଆ  ଲାଗି ସୋମବାର ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ଏଥିରେ ବିସ୍ଫୋରକ ବ୍ୟାଟସମ୍ୟାନ ତଥା ଓପ୍ନର ରୋହିତ ଶର୍ମାଙ୍କୁ ଆହତ କାରଣରୁ ଟିମ୍‌ରୁ ବାଦ ପଡିଛନ୍ତି। ଗତ ମ୍ୟାଚ୍ ବେଳେ ତାଙ୍କ ବାମ ଗୋଡ ମାଂସପେଶୀରେ ଆଘାତ ଲାଗିଥିଲା। ସେ ବ୍ୟାଟିଂ ଅଧାରୁ କ୍ରିଜ ଛାଡି ପଳାଇଥିଲେ। ଏଥିଯୋଗୁ ପରେ ସେ ଫିଲ୍ଡିଂ ମଧ୍ୟ କରିପାରି ନଥିଲେ।

{"id":219748,"sizeSlug":"large"}

ଏବେ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ୱାନଡେ ଟିମରେ ସାମିଲ କରାଯାଇଛି। ସେହିପରି ଟେଷ୍ଟରେ ଶୁଭମନ୍ ଗିଲ୍ ଦଳରେ ଖେଳିବେ।  ମୟଙ୍କ ୱାନଡେରେ କେ.ଏଲ. ରାହୁଲ ଓ ପୃଥ୍ୱୀ ଶଙ୍କ ସହ ତୃତୀୟ ବ୍ୟାଟସମ୍ୟାନ ଭାବେ ପଡିଆକୁ ଓହ୍ଲାଇବେ। ସାଉଥ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ୨ଟି ଘରୋଇ ସିରିଜରେ ଗିଲ୍, ରୋହିତ ଓ ରାହୁଲଙ୍କ ସହ ଅତିରିକ୍ତ ବ୍ୟାଟସମ୍ୟାନର ଭୂମିକା ଗ୍ରହଣ କରିଥିଲେ। ସେ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ଖେଳାଯାଇଥିବା ଅନୌପଚାରିକ ଟେଷ୍ଟରେ ୮୩ ଓ ୨୦୪ ରନର ଅପରାଜିତ ଇନିଂସ ଖେଳିଥିଲେ।

{"id":219749,"sizeSlug":"large"}

ସୂଚନାଯୋଗ୍ୟ, ମୟଙ୍କ ଅଗ୍ରଓ୍ୱାଲ ଏବେ ସୁଧା ଭାରତ ପାଇଁ ଦିନିକିଆରେ ପଦାର୍ପଣ କରିନାହାଁନ୍ତି। ସେ ଲିଷ୍ଟ ଏ କ୍ରିକେଟରେ ୮୪ଟି ମ୍ୟାଚରେ ୪୯.୩୭ ଆଭରେଜରେ ୩୯୯୯ ରନ କରିଛନ୍ତି। ସେହିପରି  ଶୁଭମନ ଗିଲ ଏବେ ସୁଧା ଟେଷ୍ଟ୍ ଡେବ୍ୟୁ କରିନାହାଁନ୍ତି। ସେ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୭୧.୩୨ ଆଭରେଜରେ ୧୯୯୭ ରନ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଏବେ ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ ଓ ୩ଟି ଓଡିଆ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.